ଜିଲ୍ଲା ଭାରତୀୟ ଜନତା ଦଳର ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା
ବଲାଙ୍ଗିର, ୨୫ ସେପ୍ଟେମ୍ବର (ହି.ସ.)- ଆଜି ମଧ୍ୟାହ୍ନରେ ପଥର ଚେପା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସଭାଗୃହରେ ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ସଭାପତି ଶ୍ରୀହର୍ଷ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ସାଂସଦ ସଂଗୀତା କୁ
ଜିଲ୍ଲା ଭାରତୀୟ ଜନତା ଦଳର  ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା


ଜିଲ୍ଲା ଭାରତୀୟ ଜନତା ଦଳର  ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା


ଜିଲ୍ଲା ଭାରତୀୟ ଜନତା ଦଳର  ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା


ଜିଲ୍ଲା ଭାରତୀୟ ଜନତା ଦଳର  ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା


ଜିଲ୍ଲା ଭାରତୀୟ ଜନତା ଦଳର  ଆତ୍ମ ନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା


ବଲାଙ୍ଗିର, ୨୫ ସେପ୍ଟେମ୍ବର (ହି.ସ.)- ଆଜି ମଧ୍ୟାହ୍ନରେ ପଥର ଚେପା ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ସଭାଗୃହରେ ଭାରତୀୟ ଜନତା ପାର୍ଟି ତରଫରୁ ଆତ୍ମନିର୍ଭର ଭାରତ ଜିଲ୍ଲା ସ୍ତରୀୟ କର୍ମଶାଳା ଜିଲ୍ଲା ସଭାପତି ଶ୍ରୀହର୍ଷ ବେହେରାଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି। ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଭାରତର ଉପଲବ୍ଧି ଓ ମୋଦୀଙ୍କ ନେତୃତ୍ଵରେ ଦେଶର ପ୍ରଗତି କଥା କହିଥିଲେ। ସେ ନୂତନ ଜିଏସଟି କଥା ଉଠାଇ ଏହା ନିମ୍ନ ଆୟକାରୀ ମହିଳା ଗ୍ରାମାଞ୍ଚଳ, ରୋଗୀ ଓ କୃଷକ ମାନଙ୍କ ପାଇଁ ବିଶେଷ ଫଳରସ ହେବ। ଦଳୀୟ କାର୍ଯ୍ୟକର୍ତ୍ତା ମାନଙ୍କୁ ଆଗାମୀ ୩ ମାସ ପାଇଁ ଲୋକଙ୍କ ପାଖକୁ ଦଳର କାର୍ଯ୍ୟକ୍ରମକୁ ନେବାକୁ କହିଥିଲେ। ୨୦୨୦ କରୋନା କାଳରେ ଆରମ୍ଭ ହୋଇଥିବା ଆତ୍ମନିର୍ଭର ଭାରତ ଆଜି ଆମକୁ ଆତ୍ମନିର୍ଭରଶୀଳ କରିଥିବା ସେ କହିଥିଲେ। ମୁଖ୍ୟବକ୍ତା ଭାବରେ ମୁରଲୀ କ୍ରିଷ୍ଣା ସରକାରଙ୍କ ବିଭିନ୍ନ ଉପଲବ୍ଧି କହିବା ସହିତ ବିଭିନ୍ନ ଦିଗରେ ଆମେ କିପରି ଆଗକୁ ଯାଇଛୁ ତାହା ବର୍ଣ୍ଣନା କରିଥିଲେ। ଜିଲ୍ଲା ସଭାପତି ଶ୍ରୀ ବେହେରା ଦଳ ଯେତେବେଳେ ଯାହାକୁ ଯେଉଁ ଦାୟିତ୍ଵ ଦେଇଛି ତାହା ସମ୍ମାନ ସହିତ କରିବା ପାଇଁ ଦଳୀୟ ସଂଗଠନ ନେଇଥିବା କର୍ମକର୍ତ୍ତା ମାନଙ୍କୁ କହିଥିଲେ। ଶେଷରେ କୁନୁମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଭାନେତ୍ରୀ ରଞ୍ଜିତା ପାଣିଗ୍ରାହୀ, ବରିଷ୍ଠ ନେତା ଗୋପାଳଜି ପାଣିଗ୍ରାହୀ ପ୍ରମୁଖ ମଞ୍ଚାସୀନ ଥିଲାବେଳେ ଦଳର ଯୁବ, ମହିଳା ସାଧାରଣ ବିଜେପି ସଭ୍ୟ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ପୂର୍ବରୁ ଆଜିର ଦିବସରେ ଶ୍ୟମା ପ୍ରସାଦ ମୂଖାର୍ଜୀଙ୍କୁ ସ୍ମରଣ କରାଯାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande