ପାଣିକୋଇଲି ପୁଲିସକୁ ସଫଳତା, ଟାୟାର ଦୋକାନରୁ ଲୁଟ ମାମଲା,ଦୁଇ ବାହାର ରାଜ୍ୟର ଲୁଟେରା ଗିରଫ ୩ ଲକ୍ଷ ୭୦ ହଜାର ଟଙ୍କା ଉଦ୍ଧାର
କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ଚଳିତ ମାସ ୧ ତାରିଖ ଦିନ ପାଣିକୋଇଲି ବଜାରରେ ଥିବା ଏକ ଟାୟାର ଦୋକାନରୁ ୧୨ ଲକ୍ଷ ୮୬ ହଜାର ୩୦୦ ଟଙ୍କା ଲୁଟ ଘଟଣାରେ ପାଣିକୋଇଲି ପୁଲିସ ଦୁଇ ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରୁ ଦୁଇ ଲୁଟେରାଙ୍କୁ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି। ଏ ନେଇ ଯାଜପୁର ରୋଡ଼ ଏସଡ଼ିପିଓ ଲକ୍ଷ
ପାଣିକୋଇଲି ପୁଲିସକୁ ସଫଳତା, ଟାୟାର ଦୋକାନରୁ ଲୁଟ ମାମଲା,ଦୁଇ ବାହାର ରାଜ୍ୟର ଲୁଟେରା ଗିରଫ ୩ ଲକ୍ଷ ୭୦ ହଜାର ଟଙ୍କା ଉଦ୍ଧାର


କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ଚଳିତ ମାସ ୧ ତାରିଖ ଦିନ ପାଣିକୋଇଲି ବଜାରରେ ଥିବା ଏକ ଟାୟାର ଦୋକାନରୁ ୧୨ ଲକ୍ଷ ୮୬ ହଜାର ୩୦୦ ଟଙ୍କା ଲୁଟ ଘଟଣାରେ ପାଣିକୋଇଲି ପୁଲିସ ଦୁଇ ସ୍ୱତନ୍ତ୍ର ଟିମ ରାଜ୍ୟ ବାହାରୁ ଦୁଇ ଲୁଟେରାଙ୍କୁ ଗିରଫ କରି ଆଜି ଅଦାଲତ ଚାଲାଣ କରିଛି। ଏ ନେଇ ଯାଜପୁର ରୋଡ଼ ଏସଡ଼ିପିଓ ଲକ୍ଷ୍ମୀଧର ସ୍ୱାଇଁ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ପ୍ରକାଶଯେ ଗତ ୧ ତାରିଖ ଦିନ ଅପରାହ୍ନ ସମୟରେ ପାଣିକୋଇଲି ବଜାରର ଦୁର୍ଗା ମାର୍କେଟର ହରପାର୍ବତୀ ଟାୟାର୍ସର ମାଲିକ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଥାନା ଅନ୍ତର୍ଗତ ବାଲିପୋଖରୀ ଗ୍ରାମର ମଦନ ଦାଶଙ୍କ ପୁଅ ପ୍ରିୟ ରଂଜନ ପାଣିକୋଇଲିସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ୭ ଲକ୍ଷ ୧୬ ହଜାର ଟଙ୍କା ଉଠାଇ ଦୋକାନକୁ ଆସିବା ସମୟରେ ବ୍ୟାଙ୍କରୁ ୪ ଜଣ ଦୁର୍ବୁତ ତାଙ୍କୁ ପିଛା କରିଥିଲେ । ତେବେ ଏ ବାବଦରେ ସାମାନ୍ୟତମ ସୁରାକ ପାଇ ନଥିଲେ ପ୍ରିୟ। ସେ ଉକ୍ତ ଟଙ୍କାକୁ ନିଜ ଦୋକାନରେ ଥିବା ୫ ଲକ୍ଷ ୭୦ ହଜାର ,୩୦୦ଟଙ୍କା ସହିତ ମିଶାଇ ଏକ ବ୍ୟାଗରେ ରଖି ପାଖକୁ ଶୌଚ ପାଇଁ ୁ ଯାଇଥିବା ବେଳେ ତାଙ୍କ ବାପା ମଦନ ଦୋକାନରେ ଶୋଇଥିଲେ। ଏହାର ସୁଯୋଗ ନେଇ ପିଛା କରୁଥିବା ଲୁଟେରାଙ୍କ ମଧ୍ୟରୁ ଜଣେ ଦୋକାନ ଭିତରେ ପଶି ଉକ୍ତ ବ୍ୟାଗଟିକୁ ଉଠାଇ ନେଇଥିଲା। ପରେ ପ୍ରିୟ ଶୈାଚ ସାରି ଦୋକାନକୁ ଫେରିବା ପରେ ସେ ରଖିଥିବା ସ୍ଥାନରେ ଟଙ୍କା ବ୍ୟାଗଟି ନଥିବା ଦେଖି ବହୁତ ଖୋଜାଖୋଜି କରିବା ପରେ ଦୋକାନରେ ଲାଗିଥିବା ସିସିଟିଭିକୁ ଯାଂଚ କରିଥିଲେ। ତାଙ୍କ ଅନୁପସ୍ଥିତିର ସୁଯୋଗରେ ଜଣେ ଦୁର୍ବୁତ ଦୋକାନ ଭିତରକୁ ପଶି ଉକ୍ତ ବ୍ୟାଗଟିକୁ ନେଇଯାଇଥିବାର ଜାଣିବା ପରେ ପ୍ରିୟ ପାଣିକୋଇଲି ଥାନାରେ ଏତଲା ଦାୟର କରିଥିଲେ। ଏ ନେଇ ପାଣିକୋଇଲି ଥାନାଧିକାରୀ ରଂଜିତ ମହାନ୍ତି ଏକ ମାମଲା ୨୮˜୨୫ଋଜୁ କରି ଦୋକାନ ସମେତ ବ୍ୟାଙ୍କ ଓ ବଜାରରେ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଂଚ କରିଥିଲେ। ପରେ ଯାଜପୁର ଏସପି ୟଶ ପ୍ରତାପ ଶ୍ରୀମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚାରୋଟି ଟିମ ବିହାର, ଛତିଶ ଗଡ଼, ଉତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ରାଜ୍ୟକୁ ଯାଇ ସେଠାକାର ପୁଲିସ ସହାୟତାରେ ବିହାର ରାଜ୍ୟର କଟିହାର ଜିଲ୍ଲା କୋରହା ଥାନା ଅନ୍ତର୍ଗତ କୁବାବଗଂଜ ଗ୍ରାମର ମନୋହର ବଂଜରାଙ୍କ ପୁଅ କୁନ୍ଦନ(୩୮) ଓ ଛତିଶଗଡ଼ ରାଜ୍ୟର ଜସପୁର ଜିଲ୍ଲା ପଥଲ ଗାଁଥାନା ଅନ୍ତର୍ଗତ ଜୁରାବଗଂଜ ଗ୍ରାମର ପ୍ରତାପ ସିଂଙ୍କ ପୁଅ ରାଜ କୁମାର ନଟ ଓରଫ ଉଦୟକୁ ଗିରଫ କରିବା ସହିତ କୁନ୍ଦନ ଠାରୁ ୩ ଲକ୍ଷ ଟଙ୍କା ଓ ଉଦୟ ଠାରୁ ୭୦ ହଜାର ଟଙ୍କା ଜବତ କରିଥିଲା। ପରେ ଦୁଇଟି ଟିମ ଉଭୟଙ୍କୁ ଧରି ପାଣିକୋଇଲି ଆଣିବା ପରେ ଆଜି ତାଙ୍କୁ ଅଦାଲତ ଚାଲାଣ କରାଯାଇଛି। ଉଭୟ ଙ୍କ ନାମରେ ଗତ ଅଗଷ୍ଟ ମାସରେ ରାଉରକେଲା ସେକ୍ଟର-୭ ଅଂଚଳରୁ ୯୦ ହଜାର ଟଙ୍କା ଓ ଗଂଜାମ ଜିଲ୍ଲା ବ୍ରହ୍ମପୁରର ଗାନ୍ଧୀ ନଗରରୁ ୩ ଲକ୍ଷ ୫୦ ହଜାର ଟଙ୍କା ଲୁଟ କରିଥିବା ଏସଡ଼ିପିଓ ଶ୍ରୀ ସ୍ୱାଇଁ ସୁଚନା ପ୍ରଦାନ କରିଛନ୍ତି। ତେବେ ଆଉ ଦୁଇ ଡ଼କାୟତଙ୍କୁ ଧରିବା ଲାଗି ଉତରପ୍ରଦେଶ ଓ ମଧ୍ୟ ପ୍ରଦେଶ ଯାଇଥିବା ଦୁଇଟି ଟିମ ବର୍ତମାନ ଫେରି ନାହାନ୍ତି। ଉକ୍ତ ଟିମରେ ପାଣିକୋଇଲି ଥାନାର ସବଇନିସପେକ୍ଟର ପ୍ରଶାନ୍ତ କୁମାର ଦାସଙ୍କ ସମେତ ଜିଲ୍ଲା ପୁଲିସର ବିଭିନ୍ନ ଥାନାରୁ ବଛା ବଛା ଅଧିକାରୀ ଓ କର୍ମଚାରୀ ମାନେ ସାମିଲ ହୋଇଥିଲେ। ଅନ୍ୟ ଦୁଇ ଜଣଙ୍କୁ ଖୁବ ଶିଘ୍ର ଧରା ହେବ ବୋଲି ପୁଲିସ ସୂଚନା ଦେଇଛି ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande