କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ପାଣିକୋଇଲିସ୍ଥିତ ସୁବାସ ବୋଷ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ପାଣିକୋଇଲି ହାଇସ୍କୁଲର ଅବସରପ୍ରାପ୍ତ ଶିକ୍ଷକ ଶ୍ରୀକାନ୍ତ ଦାସ ଓ ମା ତାରିଣୀ ବାଳିକା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ଦାସ ଯୋଗ ଦେଇଥିଲେ। ମେଳାରେ ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ମାନେ ଭାଗ ନେଇ ତାଙ୍କର ସୃଜନଶୀଳତା ଓ ବେଜ୍ଞାନିକ ଜ୍ଞାନ କୈାଶଳ ପ୍ରଦର୍ଶନ କରିଥିଲେ। ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ସିନିୟର ବିଭାଗରେ ଆରଜେ ସୋହମ ସାହୁ ପ୍ରଥମ, ସ୍ନେହାଂଶୁ ସାହୁ ଦ୍ୱିତୀୟ ଓ ଆଦଭିକ ଅନଭୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେହିପରି ଜୁନିୟର ବିଭାଗରେ ଶ୍ରେୟାଂଶ୍ର୍ରୀ ଦାଶ ପ୍ରଥମ, ମନ୍ମୟ ଦାଶ ଦ୍ୱିତୀୟ,ଓ ଶିକ୍ଷା ସନୟା ବେହେରା ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତି ଛାତ୍ରଛାତ୍ରୀୀ ମାନଙ୍କୁ ଅତିଥି ମାନେ ପ୍ରମାଣପତ୍ର ଦେଇ ସମ୍ମାନୀୟତ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଅଧ୍ୟକ୍ଷ ରବିନ୍ଦ୍ର କୁମାର ସେନାପତି ପରିଚାଳନ କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ