କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ପାଣିକୋଇଲିସ୍ଥିତ “ଶେଷ ପରିଚୟ “ ବୃଦ୍ଧାଶ୍ରମକୁ ପାଣିକୋଇଲିର ବିଶିଷ୍ଟ ଉଦ୍ୟୋଗପତି ତଥା ସମାଜସେବୀ କେଶବ ରାଓ ଭୁକ୍ତା ଦୁଇଟି ପଙ୍ଖା ପ୍ରଦାନ କରିଛନ୍ତି। ବୃଦ୍ଧାଶ୍ରମଟି ନୁତନ ଗୃହକୁ ସ୍ଥାନାନ୍ତର ହେବା ପରେ ଅନ୍ତେବାସୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏହି ବିଷୟ ଶ୍ରୀ ଭୁକ୍ତାଙ୍କ ନଜରକୁ ଆସିବା ପରେ ସେ ନଜେ ବୃଦ୍ଧାଶ୍ରମକୁ ପରିଦର୍ଶନରେ ଯାଇ ଦୁଇଟି ପଙ୍ଖା ପ୍ରଦାନ କରିଥିଲେ। ଉକ୍ତ ସମୟରେ ଶ୍ରୀ ଭୁକ୍ତାଙ୍କ ସହିତ ସରୋଜ ମଙ୍ଗରାଜ ଉପସ୍ଥିତ ଥିଲେ। ଆଶ୍ରମର ସମ୍ପାଦକ ସୁଧାଶଙ୍କର ବିଶ୍ୱାଳ ଉକ୍ତ ପଙ୍ଖା ଦୁଇଟିକୁ ଶ୍ରୀ ଭୁକ୍ତାଙ୍କ ଠାରୁ ଗ୍ରହଣ କରିବା ସହିତ ତାଙ୍କୁ କୃତଜ୍ଞତା ଜଣାଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ