କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ଭାରତୀୟ ଜନ ସଂଘର ବରିଷ୍ଠ ନେତା ଓ ଭାରତୀୟ ଜନତା ପାର୍ଟୀର ମାର୍ଗଦର୍ଶକ ଭାବେ ତଥା ଭାରତର ଜଣେ ଦକ୍ଷ ରାଜନେତା ଭାବେ ଜଣାଶୁଣା ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ୧୦୯ ତମ ଜନ୍ମ ବାର୍ଷିକୀ କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଣିକୋଇଲି ପଂଚାୟତ କାର୍ଯ୍ୟାଳୟ ପରିସରରେ ପାଳନ ହୋଇଯାଇଛି। ଇତ୍ୟବସରରେ ପଂଚାୟତ କାର୍ଯ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ ସହିତ ଚାରାରୋପଣ କରାଯାଇଥିଲା। ମଣ୍ଡଳ ସଭାପତି ଭାସ୍କର ସାହୁଙ୍କ ନେତୃତ୍ୱରେ ନିର୍ବାଚନ ପରିଚାଳକ ଶେଖ ଜହର ଅଲ୍ଲୀ ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। କାର୍ଯ୍ୟକ୍ରମରେ ପଂଚାୟତର ନାଏବ ସରପଂଚ ଦେବେନ୍ଦ୍ରେ କୁମାର ସ୍ୱାଇଁ, ପାଣିକୋଇଲି ପଂଚାୟତ ସଭାପତି ବିନୋଦ ଜେନା, ପଥରପଦା ସଭାପତି ଅଜୟ ସାହୁ, ରଂଜିତା ପରିଡ଼ା, ବିକାଶ ଜେନା, ଶିବ ପ୍ରସାଦ ବେହେରା, ସୁକାନ୍ତ ସାହୁ, ଉପେନ୍ଦ୍ର ପାତ୍ର, ରମେଶ ବାରିକଙ୍କ ସମେତ ବହୁ ଭାଜପା କର୍ମୀ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ