ଗଞ୍ଜାମ, ୨୫ ସେପ୍ଟେମ୍ବର (ହି.ସ.)- ପାର୍ବଣ ଋତୁ ଆସିଯାଇଛି, ଏହି ସମୟରେ କେହି ଦଶହରା ମାମୁଲ ଵା ଚାନ୍ଦା ଆଦାୟ କଲେ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡ଼ିଜି ସମସ୍ତ ପୁଲିସ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜଣାପଡିଛି ଶେରଗଡ ବ୍ଲକରେ ଦଶହରା ମାମୁଲି ଦେବା ନେଵା ବ୍ୟାପକ ହେଉଛି। ବ୍ଲକ ଅଞ୍ଚଳରେ ବହୁ ଯନ୍ତ୍ରୀ ନିଜର କଳାକାରନାମାକୁ ଘଣ୍ଟ ଘୋଡାଇବା ପାଇଁ କିଛି ସାମ୍ବାଦିକଙ୍କୁ ମୋଟା ଅଙ୍କର ପାଉଣା ଦେଇ ମନ ତୋଷୀଥାନ୍ତି। ଏତଦ ବ୍ୟତୀତ କେତେକ ସାମ୍ବାଦିକ ନିଜର ପାରିଵାପଣିଆ ଦେଖାଇ ଅଫିସର ଓ କଣ୍ଟ୍ରାକ୍ଟରଙ୍କ ଠାରୁ ମଧ୍ୟ ହଜାର ହଜାର ଟଙ୍କା ଆଦାୟ କରୁଛନ୍ତି। ଏହି କାରଣରୁ ଗତବର୍ଷ ଦଶହରା ସମୟରେ ଏହି ମାମୁଲି ଆଦାୟକୁ ନେଇ ଶେରଗଡ଼ର ସାମ୍ବାଦିକଙ୍କ ମଧ୍ୟରେ ମତଭେଦ ହୋଇ ଗୋଷ୍ଠୀ ଵିଵାଦ ସୃଷ୍ଟି ହୋଇଥିଲା। ଗତ ଗଣେଶ ପୂଜା ସମୟରେ ଚାନ୍ଦା ଆଦାୟକୁ କେନ୍ଦ୍ରକରି ଧବଳପୁର ଗ୍ରାମରେ ଜଣେ ସାମ୍ବାଦିକଙ୍କ ଉପରେ ଛୁରାମାଡ ହୋଇଥିବା ଜଣାପଡିଛି। ପୁଲିସ କତ୍ତୃପକ୍ଷ ଘଟଣାର ଅନୁଧ୍ୟାନ କରି ମାମୁଲ ଦେଵା ଓ ନେଵା ଵ୍ଯକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ