ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତିରେ ବିଜେପିର ଆତ୍ମନିର୍ଭର ଭାରତସଂକଲ୍ପ ଅଭିଯାନ କାର୍ଯ୍ୟକ୍ରମ
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଆଜି ବିଜେପିଦଳର ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତି ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ଭାଜପା ପକ୍ଷରୁ ଆତ୍ମନିର୍ଭର ଭାରତ ସଂକଲ୍ପ ଅଭିଯାନ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଥରଚେପା ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟ ଠାର
ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତିରେ ବିଜେପିର ଆତ୍ମନିର୍ଭର ଭାରତସଂକଲ୍ପ ଅଭିଯାନ କାର୍ଯ୍ୟକ୍ରମ


ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତିରେ ବିଜେପିର ଆତ୍ମନିର୍ଭର ଭାରତସଂକଲ୍ପ ଅଭିଯାନ କାର୍ଯ୍ୟକ୍ରମ


ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତିରେ ବିଜେପିର ଆତ୍ମନିର୍ଭର ଭାରତସଂକଲ୍ପ ଅଭିଯାନ କାର୍ଯ୍ୟକ୍ରମ


ଘରୋଇ ହିଂସା ଆଇନ - ୨୦୦୫ ଏବଂ ଯୌତୁକ ନିରୋଧ ଆଇନ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)

ଆଜି ବିଜେପିଦଳର ପ୍ରତିଷ୍ଠାତା ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତି ଉପଲକ୍ଷେ ବଲାଙ୍ଗୀର ଜିଲ୍ଲା ଭାଜପା ପକ୍ଷରୁ ଆତ୍ମନିର୍ଭର ଭାରତ ସଂକଲ୍ପ ଅଭିଯାନ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଥରଚେପା ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟ ଠାରେ ଜିଲ୍ଲାସଭାପତି ଶ୍ରୀବତ୍ସ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଲୋକସଭା ସାଂସଦ ସଂଗୀତାକୁମାରୀ ସିଂଦେଓ, ସମ୍ମାନିତ ଅତିଥି ଭାବରେ ରାଜ୍ୟକମିଟି ରୁ ଆସିଥିବା ଡ.ମୂରଲୀ କ୍ରୀଷ୍ଣା, ବରିଷ୍ଠନେତା ଗୋପାଳଜୀ ପାଣିଗ୍ରାହୀ, ମହିଳା ମୋର୍ଚ୍ଚା ସଭାନେତ୍ରୀ ରଂଜିତା ପାଣିଗ୍ରାହୀ, କୃଷକମୋର୍ଚ୍ଚା ସଭାପତି ମାଧବ ସାଏ,ଏସସି ମୋର୍ଚ୍ଚା ସଭାପତି ଦୀନବନ୍ଧୁ ବେହେରା,ଏସଟି ମୋର୍ଚ୍ଚା ପ୍ରମୁଖ ମଞ୍ଚାସୀନ ଥିଲେ । କର୍ମଶାଳା ପ୍ରାରମ୍ଭରେ ଭାରତମାତା,ଦୀନଦୟାଲ ଉପାଧ୍ୟାୟ ଓ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ବନ୍ଦେମାତରମ ଗାନ ପରେ କର୍ମଶାଳା ଆରମ୍ଭ ହୋଇଥିଲା । ସାଂସଦ ସଂଗୀତା ସିଂଦେଓ ଦୀନଦୟାଲ ଉପାଧ୍ୟାୟଙ୍କ ତ୍ୟାଗ,ତପସ୍ୟା ଓ ବଳିଦାନ କଥା କହିବା ସହିତ ତାଙ୍କର ଜୀବନ ଆଦର୍ଶ ବିଷୟରେ ବକ୍ତବ୍ୟ ରଖିଥିଲେ । ଆଜି ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ ଚାଲିଥିବା ସରକାର ସେହି ଆଦର୍ଶକୁ ପାଥେୟ କରି ଆଗେଇ ଚାଲିଛି । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଚାଲିଛି ଓ ବିକାଶ ଦ୍ୱିଗୁଣିତ ହୋଇଛି । ଆଜି ଭାରତ ଆତ୍ମନିର୍ଭରଶୀଳ ହୋଇଛିଁ । ମହାକାଶ ବିଜ୍ଞାନ ହେଉକି କି ଖାଦ୍ୟପଦାର୍ଥ ଉତ୍ପାଦନରେ ଆମେ ବହୁତ ଆଗରେ ରହିଛୁ । ୨୦୪୭ ବେଳକୁ ଭାରତ ଏକ ବିକଶିତ ରାଷ୍ଟ୍ର ହେବାକୁ ଯାଉଛି । ଆମକୁ ଆଉ କୌଣସି ଦେଶ ନାଲିଆଖି ଦେଖାଇ ଡରାଇ ପାରିବ ନାହିଁ । ଅପରେସନ ସିନ୍ଦୁର ମାଧ୍ୟମରେ ପାକିସ୍ତାନକୁ ତାର ଶାସ୍ତି ଦିଆଯାଇ ସାରିଛି । ଆମେରିକା ଭଳି ଦେଶ ଆଉ ଭାରତକୁ ଅଧିପତ୍ୟ ଦେଖାଇ ଭୟଭିତ କରିପାରିବ ନାହିଁ । ଭାରତର ସ୍ୱଦେଶୀ ଜାଗରଣ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ସାହସ ଦେଇଛି ବୋଲି ସାଂସଦ ଶ୍ରୀମତୀ ସିଂଦେଓ କହିଥିଲେ । ଦେଶରେ ନରେନ୍ଦ୍ର ମୋଦୀଙ୍କ ସରକାର ଅମଳରେ ହେଉଥିବା ବିଭିନ୍ନ ଜନହିତକାରୀ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରାଇ ତାହାର ଉପ ଯୋଗ କରିବାକୁ ଡ.ମୂରଲୀକ୍ରୀଷ୍ଣ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଭିନ୍ନ ବ୍ଲକ ଓ ସହରାଞ୍ଚଳରୁ ବହୁସଂଖ୍ୟାରେ ପଦାଧିକାରୀ ମାନେ ଯୋଗଦେଇଥିଲେ ।

ଏହା ପୂର୍ବରୁ ଭାଜପା ପକ୍ଷରୁ ଜିଏସଟି ସ୍ଲାବରେ ପରିବର୍ତ୍ତନ ପରେ ଦେଶବାସୀ ଖୁବ ଲାଭବାନ ହେବାକୁ ଯାଉଥିବା ନେଇ ଗଣମାଧ୍ୟମ ସମ୍ବିଳନୀ କରି ସୂଚନା ଦିଆଯାଇଥିଲା । ସାଂସଦ ସଂଗୀତା ସିଂଦେଓ ତାଙ୍କ ବକ୍ତବ୍ୟରେ ଜିଏସଟି ସ୍ଲାବ ସଂଶୋଧନପରେ ଅନେକ ଦ୍ରବ୍ୟର ଦରଦାମ କମିଯାଇଛି ଓ ଲୋକଙ୍କ ବଜେଟରେ ବଳକା ହୋଇଛି ବୋଲି କହିଥିଲେ । ଏହି ସାମ୍ବାଦିକ ସମ୍ବିଳନୀରେ ସାଂସଦ ସଂଗୀତାକୁମାରୀ ସିଂଦେଓ,ଡ.ମୂରଲୀକ୍ରୀଷ୍ଣା,ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା,ଗୋପାଳଜୀ ପାଣିଗ୍ରାହୀ, ଦିନେଶ ଶର୍ମା ଓ ଗୌରାଙ୍ଗ ନାଏକ ମଞ୍ଚାସୀନ ଥିଲେ । ଠିକ ସେହିପରି ୧୭ ସେପଟେମ୍ବରରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲିଥିବା ସେବାପକ୍ଷ ଉପଲକ୍ଷେ ସଂଧ୍ୟାରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ବୁଦ୍ଧିଜୀବି ସମ୍ବିଳନୀ କରାଯାଇ ସାଂସଦ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମତବିନିମୟ କରିଥିଲେ । ବଲାଙ୍ଗୀର ବିକାଶ ପ୍ରସଙ୍ଗରେ ବୁଦ୍ଧିଜୀବିଙ୍କ ମତ ନିଆଯାଇଥିଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande