ଘରୋଇ ହିଂସା ଆଇନ - ୨୦୦୫ ଏବଂ ଯୌତୁକ ନିରୋଧ ଆଇନ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଅଦ୍ୟ ତା.୨୫-୦୯-୨୦୨୫ରିଖ ରେ ସ୍ଥାନୀୟ ମିଶନ ଶକ୍ତି ଭବନ, ବଲାଙ୍ଗୀର ରେ ଘରୋଇ ହିଂସା ଆଇନ ୨୦୦୫ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଅଛି । କାର୍ଯ୍ୟକ୍ରମରେ ତହସିଲଦାର, ଆଗଲପୁର ଶ୍ରୀ ନବୀନ କିଶୋର ପାଢୀ, ତହସିଲଦାର
ଘରୋଇ ହିଂସା ଆଇନ - ୨୦୦୫ ଏବଂ ଯୌତୁକ ନିରୋଧ ଆଇନ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର


ଘରୋଇ ହିଂସା ଆଇନ - ୨୦୦୫ ଏବଂ ଯୌତୁକ ନିରୋଧ ଆଇନ -୧୯୬୧ ସମ୍ପର୍କିତ ପ୍ରଶିକ୍ଷଣ ଶିବିର


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)

ଅଦ୍ୟ ତା.୨୫-୦୯-୨୦୨୫ରିଖ ରେ ସ୍ଥାନୀୟ ମିଶନ ଶକ୍ତି ଭବନ, ବଲାଙ୍ଗୀର ରେ ଘରୋଇ ହିଂସା ଆଇନ ୨୦୦୫ଏବଂ ଯୌତୁକ ନିରୋଧ ଆଇନ ୧୯୬୧ ସମ୍ପର୍କିତ ଏକ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇ ଯାଇଅଛି । କାର୍ଯ୍ୟକ୍ରମରେ ତହସିଲଦାର, ଆଗଲପୁର ଶ୍ରୀ ନବୀନ କିଶୋର ପାଢୀ, ତହସିଲଦାର ଲୋଇସିଂହା ଶ୍ରୀମତୀ ସଙ୍ଘମିତ୍ରା କାଲୋ ,ତହସିଲଦାର ପୁଇଁତଳା ଶ୍ରୀ ଗୌରବ କୁମାର ବର୍ଗେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ, ଶ୍ରୀମତୀ ସୁଷମା ମହାପାତ୍ର, ସମସ୍ତ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ,ମହିଳା ସହାୟତା କେନ୍ଦ୍ର, ପୋଲିସ ବିଭାଗ, ଶିକ୍ଷୟିତ୍ରୀ ,ସ୍କୁଲ ଏବଂ କଲେଜ ଛାତ୍ରୀ, ଏସ ଏଚ ଗି ସଦସ୍ୟା, ନାରୀ ଶକ୍ତି ଫାଉଣ୍ଡେସନ , ପଲ୍ଲୀ ଆଲୋକ ପାଠାଗାର, ନଅଗାଁ ର ସଦସ୍ୟ ବୃନ୍ଦ ସମେତ ୱାନ ଷ୍ଟପ୍ ସେଣ୍ ଏବଂ ଶକ୍ତି ସଦନ ତଥା ନାରୀ ସଶକ୍ତି କରଣ କର୍ମଚାରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଶ୍ରୀମତୀ ସୁଷମା ମହାପାତ୍ର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଡି ଏଲ ଏସ ଏ ସେକ୍ରେଟାରୀ ଶ୍ରୀଯୁକ୍ତ ପବିତ୍ରନନ୍ଦ ପ୍ରଧାନ ଡମଷ୍ଟିକ ବାଓଲେନ୍ସ ଆଇନ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ ଓ ପ୍ରଶିକ୍ଷାର୍ଥୀ ମାନେ ପ୍ରଶ୍ନ ପଚାରି ବୁଝିଥିଲେ । କାର୍ଯ୍ୟକ୍ରମରେ ଦ୍ଵିତୀୟ ପର୍ଯ୍ୟାୟ ରେ ଶ୍ରୀ ସଞ୍ଜୟ ମିଶ୍ର ପୂର୍ବତନ ଶିଶୁ କଲ୍ୟାଣ ସଭାପତି ଯୌତୁକ ନିରାକରଣ ଆଇନ ୧୯୬୧ ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ । ଯୌତୁକ ନିରୋଧ ଆଇନ ତଥା ଏ ସମ୍ବନ୍ଧୀୟ ପ୍ରଚଳିତ ଦଣ୍ଡ ବିଧାନ ଉପରେ ଆଲୋକପାତ କରିଥିଲେ । ପୋଲିସ ସବ ଇନ୍ସପେକ୍ଟର ଶ୍ରୀମତୀ ସଂଗୀତା ବେକ ଟାଉନ ଥାନା ଓ ମୋହିନୀ ମଲ୍ଲିକ ପୁଇନ୍ତଳା ଥାନା ଯୌତୁକ ନିରୋଧ ପାଇଁ ସରକାରୀ ଦଣ୍ଡ ବିଧାନ ସମ୍ପର୍କରେ ବୁଝାଇ ଥିଲେ । ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ଛାତ୍ରୀ ବୃନ୍ଦ ଘରୋଇ ହିଂସା ଏବଂ ଯୌତୁକ ନିରୋଧ ଆଇନ ବାବଦରେ ପ୍ରଶ୍ନ ପଚାରି ବୁଝିଥିଲେ ।

କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟ ରେ ଗୋଟିଏ ରହଣି କେନ୍ଦ୍ର ଏବଂ ଶକ୍ତି ସଦନ ର କାଉନସିଲର ଦୈନିକ କ୍ରମରେ ଆସୁଥିବା ଘରୋଇ ହିଂସାର ବିଭିନ୍ନ କେସ ବିଷୟ ରେ ଆଲୋକପାତ କରିଥିଲେ । ଶକ୍ତି ସଦନ ର ରେଶି ଦେଣ୍ଟ ଅଧିକ୍ଷକ ମଧ୍ୟ ଘରୋଇ ହିଂସା କିପରି ଭାବରେ ମହିଳା ମାନଙ୍କ କ୍ଷେତ୍ର ରେ ବଢିଚାଲିଛି ଏବଂ ଶକ୍ତି ସଦନ ଏ ଦିଗରେ କିପରି ସହାୟକ ହୋଇ ପାରୁଛି, ଆଲୋଚନା କରିଥିଲେ । ନାରୀ ଶକ୍ତି ଫାଉଣ୍ଡେସନ ର ସେକ୍ରେଟାରୀ ନୂତନ ଦାସ ନାରୀ ମାନଙ୍କ ସ୍ଵାବଳମ୍ବନଶୀଳତା ଉପରେ ଗୁରୁତ୍ଵାରୋପ କରିଥିଲେ ।

ପରିଶେଷ ରେ ପିଓ କମ୍ ପିଓ ଶ୍ରୀମତୀ ସୁଜାତା ଦୋରା ଧନ୍ୟବାଦ ଅର୍ପଣ କରି ସଭା ସମାପ୍ତ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande