କନ୍ଧମାଳ, ୨୫ ସେପ୍ଟେମ୍ବର (ହି.ସ.)-
ଆଜି ଜିଲ୍ଲା ପରିଷଦ ଓ ପୌର ପରିଷଦ, ଫୁଲବାଣୀର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଚ କନ୍ଧମାଳ ସ୍ଵାସ୍ଥ୍ୟ କନ୍ଧମାଳର ବାର୍ତ୍ତାନେଇ ସ୍ଵଚ୍ଛ ଭାରତ ମିଶନର ଏକ ପଦକ୍ଷେପ ଏକ୍ ଦିନ୍, ଏକ୍ ସାଥ୍ ଏକ୍ ଘଣ୍ଟା ସ୍ବଚ୍ଛ ଉତ୍ସବ ସ୍ୱଛତା ହିଁ ସେବା ୨୦୨୫ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଜେଲ୍ ଛକ ପର୍ଯ୍ୟନ୍ତ ସାମୁହିକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଅନୁଷ୍ଠିତ ସଫେଇ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶମ୍ଭୁନାଥ ନନ୍ଦୀ, ଉପ-ଜିଲ୍ଲାପାଳ, ଫୁଲବାଣୀ ଭିକାରୀ ସାହୁ, ପି.ଡି, ଡି.ୟୁ. ଡି.ଏ ନରେନ୍ଦ୍ର ନାୟକ, ପ୍ରକଳ୍ପ ପ୍ରଶାସକ, ଫୁଲବାଣୀ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଗଦାଧର ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅକ୍ଷୟ କୁମାର ସେଠୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଫୁଲବାଣୀ ଶ୍ରୀ ସମରେଶ ମହାନ୍ତି, ସୌମ୍ୟରଞ୍ଜନ ପାତ୍ର, ଅଧ୍ୟକ୍ଷା, ପୌରପରିଷଦ, ଫୁଲବାଣୀ ଶ୍ରୀମତୀ ପାୟଲ ବେହେରା, କାର୍ଯ୍ୟନିର୍ବାହୀ ଅଧିକାରୀ, ପୌରପରିଷଦ, ଫୁଲବାଣୀ ସମରେଶ ମହାନ୍ତି , ଫୁଲବାଣୀ ପୌରପରିଷଦର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ସଫେଇ କର୍ମଚାରୀ ଓ ଗଣ ମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ