କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ଆହାତ,ବନ ବିଭାଗର ଏକାଧିକ ଦଳ ୨୪ ଘଂଟିଆ ନଜର
କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ଆହାତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବାମ ଗୋଡରେ ଆଘାତ ଲାଗିବା ଫଳରେ ଗୋଡଟି ଫୁଲି ଯାଇଥିବା ବେଳେ ହାତୀ ଛୁଆଟି ଅତି କଷ୍ଟ ରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି , ଯାହାକୁ ନେଇ ସ୍ଥାନୀୟ ଲୋକମାନଙ
କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ଆହାତ,ବନ ବିଭାଗର ଏକାଧିକ ଦଳ ୨୪ ଘଂଟିଆ ନଜର


କେନ୍ଦୁଝର, ୨୫ ସେପ୍ଟେମ୍ବର (ହି.ସ.) - କେନ୍ଦୁଝର ବନଖଣ୍ଡରେ ଏକ ହାତୀ ଛୁଆ ଆହାତ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ହାତୀ ଛୁଆଟିର ବାମ ଗୋଡରେ ଆଘାତ ଲାଗିବା ଫଳରେ ଗୋଡଟି ଫୁଲି ଯାଇଥିବା ବେଳେ ହାତୀ ଛୁଆଟି ଅତି କଷ୍ଟ ରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି , ଯାହାକୁ ନେଇ ସ୍ଥାନୀୟ ଲୋକମାନଙ୍କ ସହ ବନ ବିଭାଗ ଚିନ୍ତିତ ହୋଇ ପଡିଛନ୍ତି । ଆହାତ ହାତୀ ଛୁଆଟି ଉପରେ ବନ ବିଭାଗର ଏକାଧିକ ଦଳ ୨୪ ଘଣ୍ଟିଆ ନଜର ରଖିଥିବା ଡିଏଫଓ ସୂଚନା ଦେଇଛନ୍ତି ।

ଡିଏଫଓ ଙ୍କ ସୂଚନା ଅନୁସାରେ ଆଜି ଦିନର କେନ୍ଦୁଝର ବନଖଣ୍ଡର ୭ ଟି ରେଞ୍ଜ ରେ ୧୮୪ ଟି ହାତୀ ଅଛନ୍ତି । ଏମାନଙ୍କ ମଧ୍ୟରୁ ଏକ ୨୯ ଟିକିଆ ହାତୀପଲ ଙ୍କ ଗତ କିଛି ଦିନ ଧରି ସାହାରପଡ଼ା , କେନ୍ଦୁଝର, ଚମ୍ପୁଆ ଓ ପାଟଣା ଆଦି ଅଂଚଳରେ ଘୁରି ବୁଲିବା ସହ ଫସଲ ଓ ଘର ଦ୍ୱାର ଭାଙ୍ଗି କ୍ଷତି କରୁଛନ୍ତି । ଏହି ୨୯ ଟିକିଆ ହାତୀ ପଲରେ ୧୧ ଟି ଦନ୍ତା , ୧୨ ଟି ମାଇ ଓ ୬ ଟି ଛୁଆ ରହିଛନ୍ତି । ଏହି ହାତୀ ପଲ ଏବେ ପାଟଣା ଅଂଚଳରେ ଡେରା ପକାଇଥିବା ବେଳେ ଏହି ଦଳ ମଧ୍ୟ ରୁ ଗୋଟିଏ ଛୁଆ ହାତୀର ବାମ ଗୋଡ଼ ଫୁଲିଥିବା ଗତକାଲି ବନ ବିଭାଗ ନଜରକୁ ଆସିବା ପରେ ଏକ ୩ ଜଣିଆ ଭେଟନାରୀ ଡାକ୍ତରୀ ଦଳ , ୱାଇଲ୍ଡ ଲାଇଫ ବାୟୋଲୋଜିଷ୍ଟ ଓ ଡ୍ରୋନ ଏକ୍ସପର୍ଟ ହାତୀ ଉପରେ ୨୪ ଘଂଟିଆ ନଜର ରଖିଛନ୍ତି । ଏଠାରେ ପ୍ରବକ ବର୍ଷା ସାଙ୍ଗକୁ ହାତୀ ପଲ ଆହାତ ହାତୀ ଛୁଆଟି କୁ ଘେରି ରହିଥିବାରୁ ହାତୀ ନିକଟକୁ ଯାଇ ହେଉ ନାହିଁ । ତେଣୁ ଥର୍ମାଲ ଡ୍ରୋନ ମାଧ୍ୟମରେ ତାର ଚିତ୍ର ଉତୋଳନ କରାଯାଇଛି ।ଯେଉଁଥିରେ ତାର ଆଗ ବାମ ଗୋଡ ଫୁଲିଥିବା ଜଣା ପଡ଼ିଛି । ହୁଏତ ହାତୀ ଦୌଡା ଦୌଡ଼ି ସମୟ ରେ ଅନ୍ୟ ହାତୀ ଦ୍ୱାରା ଏପରି ହୋଇଥାଇ ପାରେ ବୋଲି ବନ ବିଭାଗ ଅନୁମାନ କରୁଛି । ଏହି ଫୁଲା ଦିନେ ଦୁଇ ଦିନ ମଧ୍ୟରେ କମିଯାଇ ପାରେ । ନଚେତ ଯଦି ତାର ଗୋଡର ହାଡ ଭାଙ୍ଗିଥାଏ ତେବେ ତେବେ ଉଚିତ୍ ସମୟରେ ବନ ବିଭାଗ ହସ୍ତକ୍ଷେପ କରି ଚିକିତ୍ସା କରିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି । ଏହା ସହ ହାତୀ ମାନେ ଯେଉଁ ଅଂଚଳ ଦେଇ ଯାଉଛନ୍ତି ଲୋକ ମାନେ ତାଙ୍କୁ ନିଆ ହୁଳା ଦେଖାଇ , ଟେକା ପଥର ମାରି , ପାଟି ତୁଣ୍‌ତ କରି ହାତୀପଲଙ୍କୁ ତଡିବାକୁ ଚେଷ୍ଟା ନ କରିବାକୁ ଅନୁରୋଧ କରିଛନ୍ତି । ହାତୀ ପଲ ଙ୍କୁ ସବୁ ଦିଗରୁ ଘେରାଓ ନ କରି ନୀରବରେ ଛାଡି ଦେବାକୁ ଅନୁରୋଧ କରିଛନ୍ତି । ଏଥିସହ ହାତୀ ଦ୍ୱାରା ହୋଇଥିବା କ୍ଷତି ପୂରଣ ତୁରନ୍ତ ବନ ବିଭାଗ ପକ୍ଷରୁ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande