ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ମା ଦୁର୍ଗା ସମଲେଶ୍ଵରୀ କୁଷ୍ମାଣ୍ଡ ବେଶରେ
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଆଜି ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ଦେବୀ ପୀଠ ମାନଙ୍କରେ ମା କୁଷ୍ମାଣ୍ଡ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ଵରୀ , ମା ଦୁର୍ଗା, ମା କୁସଂଗେଇ, ଓ ଦୁର୍ଗା ମେଢ଼ ଗୁଡିକରେ ମାଆ ଙ୍କ ଦର୍ଶନ ଓ କୃପା ଲାଭ ପାଇଁ ଆଜି ସକାଳୁ ଦିନ ବେଳେ ବେସ ଭିଡ଼ ଦେଖିବାକୁ ମିଳି
ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ମା ଦୁର୍ଗା ସମଲେଶ୍ଵରୀ କୁଷ୍ମାଣ୍ଡ ବେଶରେ


ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ମା ଦୁର୍ଗା ସମଲେଶ୍ଵରୀ କୁଷ୍ମାଣ୍ଡ ବେଶରେ


ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ମା ଦୁର୍ଗା ସମଲେଶ୍ଵରୀ କୁଷ୍ମାଣ୍ଡ ବେଶରେ


ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ମା ଦୁର୍ଗା ସମଲେଶ୍ଵରୀ କୁଷ୍ମାଣ୍ଡ ବେଶରେ


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)

ଆଜି ଶାରଦୀୟ ନବରାତ୍ର ଚତୁର୍ଥ ଦିବସ ରେ ଦେବୀ ପୀଠ ମାନଙ୍କରେ ମା କୁଷ୍ମାଣ୍ଡ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ଵରୀ , ମା ଦୁର୍ଗା, ମା କୁସଂଗେଇ, ଓ ଦୁର୍ଗା ମେଢ଼ ଗୁଡିକରେ ମାଆ ଙ୍କ ଦର୍ଶନ ଓ କୃପା ଲାଭ ପାଇଁ ଆଜି ସକାଳୁ ଦିନ ବେଳେ ବେସ ଭିଡ଼ ଦେଖିବାକୁ ମିଳିଥିଲା।

ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା’ ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର ସ୍ଵରୂପ। ତାଙ୍କର ତେଜ ଓ ପ୍ରତାପରୁ ପୃଥିବୀର ଦଶ ଦିଗକୁ ପ୍ରକାଶ ପ୍ରାପ୍ତ ହୁଏ । କଥିତ ଅଛି ଯେ ସାରା ବ୍ରହ୍ମାଣ୍ଡର ସମସ୍ତ ବସ୍ତୁ ଏବଂ ପ୍ରାଣୀଙ୍କଠାରୁ ଯେଉଁ ତେଜ ନିର୍ଗତ ହୁଏ ତାହାର ସୃଷ୍ଟି କର୍ତ୍ତ୍ରୀ ହେଉଛନ୍ତି ଦେବୀ କୁଷ୍ମାଣ୍ଡା।

ପୌରାଣିକ ମତ ଅନୁସାରେ ଦେବୀଙ୍କ ହସରୁ ବ୍ରହ୍ମାଣ୍ଡର ସୃଷ୍ଟି। ମା’ଙ୍କର ଏହି ରୁପକୁ ରୂପରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ଅବସ୍ଥାପିତ କରି ଆରାଧନା କରିଥାନ୍ତି। ଏହି ରୂପରେ ଦେବୀ ଅଷ୍ଟଭୂଜା ଓ ହାତରେ କମଣ୍ଡଳୁ, ଧନୁ, କମଳ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande