ଜୟପୁର, ୨୫ ସେପ୍ଟେମ୍ବର (ହି.ସ.) - ସ୍ୱଛ ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା ସକାଳ ୭ଟାରେ ଆରମ୍ଭ ହୋଇ ୯ ଟାରେ ଶେଷ ହୋଇଛି । ଜୟପୁର ପୌର ପାଳିକା ତରଫରୁ ଆୟୋଜିତ ସାଇକେଲ ଶୋଭାଯାତ୍ରା ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟ ପଡିଆରୁ ଆରମ୍ଭ ହୋଇଥିଲା । ଶୋଭାଯାତ୍ରା ବିଶ୍ୱ ବିଦ୍ୟାଳୟ ପଡିଆରୁ ବାହାରି ଗାନ୍ଧୀ ଛକ, ପାଓାର ହାଉସ ଛକ, ରାଜା ନଗର ମୁଖ୍ୟ ରାସ୍ତାରେ ପୁଣି ବିଶ୍ୱ ବିଦ୍ୟାଳୟରେ ପହଂଚି ଥିଲା । ଏଠାରେ ପ୍ରଥମ ଦ୍ୱିତିୟ ଓ ତୃତିୟ ସ୍ଥାନ ଅଧିକାରି କରିଥିବା ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । କାଯ୍ୟକ୍ରମରେ ଜୟପୁର ଉପ ଜିଲାପାଳ ଆକା ବରମ ଶଶ୍ୟା ରେଡ୍ଡି, ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି, ପୌର ଉପାଧ୍ୟକ୍ଷ ବି ସୁନିତା, ତହିସିଲଦର ସବ୍ୟ ସାଚି ଜେନା ଅତିରିକ୍ତ ପୌର କାର୍ଯ୍ୟନିର୍ବାହି ଅଧିକାରି ପୁଜା ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି