ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଲାଞ୍ଚୁଆ କନିଷ୍ଠ ଏମଭିଆଇଙ୍କୁ ୨ବର୍ଷ ଜେଲ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା , ଲାଞ୍ଚୁଆ କନିଷ୍ଠ ଏମଭିଆଇକୁ ୨ବର୍ଷ ଜେଲ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲା : ଲାଞ୍ଚୁଆ କନିଷ୍ଠ ଏମଭିଆଇଙ୍କୁ ୨ବର୍ଷ ଜେଲ


ବାରିପଦା, ୨୫ ସେପ୍ଟେମ୍ବର (ହି.ସ.)- ଆୟ ବହିର୍ଭୁତ ସମ୍ପତି ମାମଲାରେ ଲାଞ୍ଚୁଆ କନିଷ୍ଠ ଏମଭିଆଇଙ୍କୁ ୨ ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ବାରିପଦା ସ୍ଥିତ ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଜଜ ପୂର୍ଣ୍ଣିମା ଜେନା ଉକ୍ତ ମାମଲାର ବିଚାର କରି ଗୁରୁବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୧ ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଅଧିକ ୩ ମାସର କାରାଦଣ୍ଡ ନେଇ ରାୟରେ ଉଲ୍ଲେଖ ରହିଛି। ସେ ହେଲେ ଭଦ୍ରକ ଟାଉନ ଥାନା ଅନ୍ତର୍ଗତ ସାଳନ୍ଦୀ କଲୋନୀର ବିଜୟ କୁମାର ପତି(୬୮)। ସେ ଗତ ୨୦୦୭ ମସିହାରେ ମୟୁରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ଜାମଷୋଲା ଗେଟରେ କନିଷ୍ଠ ଏମଭିଆଇ ଭାବେ କାର୍ଯ୍ୟରତ ଥିଲେ। ଉକ୍ତ ସମୟରେ ଅନୈତିକ ଉପାୟରେ ଆୟ ବହିର୍ଭୁତ ଅର୍ଥ ଉପାର୍ଜନ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ନେଇ ଗତ ୩୦/୧୨/୨୦୧୦ରେ ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ ହୋଇଥିଲା। ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଛନ୍ଦି ହୋଇ ସେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଆୟରୁ ୨୪୯ ପ୍ରତିଶତ ବହିର୍ଭୁତ ସମ୍ପତ୍ତି ଠାବ କରାଯାଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ବାଲେଶ୍ଵର ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ତାଙ୍କର ବାର୍ଷିକ ଆୟର ଅଧିକ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦ୍ଵାରା ଠାବ ରିପୋର୍ଟ ପ୍ରଦାନ କରାଯାଇଥିଲା। ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ତେବେ ସେ ବର୍ତ୍ତମାନ ଅବସର ଗ୍ରହଣ କରିଥିବା ବେଳେ ଦୋଷୀ ସାବ୍ୟସ୍ତ ହେବା ନେଇ ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଯାହାକୁ ନେଇ ତାଙ୍କର ପେନସନ ଆଦି ବନ୍ଦ କରିବାକୁ ସୂଚନା ଦିଆଯାଇଛି। ଏହି ମାମଲାକୁ ସ୍ୱତନ୍ତ୍ର ପିପି ଶାନ୍ତନୁ କୁମାର ଦାଶ ଓ ଅତିରିକ୍ତ ପିପି ଦୀପକ କୁମାର ସେଠୀ ପରିଚାଳନା କରୁଥିଲେ।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande