ଖାରବେଳ ଭବନ ପରିସରରେ ସାମୂହିକ ସ୍ଵଚ୍ଛତା ଅଭିଯାନ
ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)- ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ସ୍ୱରୂପ ଖାରବେଳ ଭବନ ପରିସରରେ ଆଜି ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ “ଏକ ଦିନ ଏକ ଘଣ୍ଟା ଏକ ସାଥ” ସଫଳତାର ସହ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଏବଂ ପ
ଖାରବେଳ ଭବନ ପରିସରରେ ସାମୂହିକ ସ୍ଵଚ୍ଛତା ଅଭିଯାନ


ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)- ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଅଭିଯାନର ଅଂଶବିଶେଷ ସ୍ୱରୂପ ଖାରବେଳ ଭବନ ପରିସରରେ ଆଜି ଏକ ସାମୂହିକ ସ୍ୱଚ୍ଛତା ଅଭିଯାନ “ଏକ ଦିନ ଏକ ଘଣ୍ଟା ଏକ ସାଥ” ସଫଳତାର ସହ ଆୟୋଜିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗ ଏବଂ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢୀଙ୍କ ନେତୃତ୍ବରେ ଦୁଇ ବିଭାଗର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କ ଉତ୍ସାହଜନକ ଅଂଶଗ୍ରହଣ ଦେଖିବାକୁ ମିଳିଥିଲା ।

ଏହି ଅଭିଯାନ ସମୟରେ ଭାଗ ନେଇଥିବା ପଦଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟାଳୟ ପରିସର ଏବଂ ଆଖପାଖ ଅଞ୍ଚଳରେ ବ୍ୟାପକ ସଫେଇ କରି ଏକ ସ୍ୱଚ୍ଛ କାର୍ଯ୍ୟସ୍ଥଳୀ ଏବଂ ପରିବେଶ ପ୍ରତି ସେମାନଙ୍କର ସାମୂହିକ ସଂକଳ୍ପକୁ ଦୋହରାଇଥିଲେ ।

ଏହି ଅବସରରେ ଶ୍ରୀମତୀ ପାଢୀ କହିଥିଲେ କି “ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ବରଂ ଆମେ ସମସ୍ତେ ନିଜ ଦୈନନ୍ଦିନ ଜୀବନରେ ଏକ ଦାୟିତ୍ୱ ଗ୍ରହଣ କରିବା ଉଚିତ । “ଏକ ଦିନ ,ଏକ ଘଣ୍ଟା ,ଏକ ସାଥ” ଭଳି ପଦକ୍ଷେପ ମାଧ୍ୟମରେ ଆମେ ସାମୂହିକ କାର୍ଯ୍ୟ ଏବଂ ନାଗରିକ ଦାୟିତ୍ୱର ମୂଲ୍ୟବୋଧକୁ ସୁଦୃଢ଼ କରୁଛୁ ଯାହା ସ୍ୱଚ୍ଛ ଭାରତ ମିଶନର କେନ୍ଦ୍ରରେ ରହିଛି ।

କାର୍ଯ୍ୟକ୍ରମ ଶେଷରେ ଶ୍ରୀମତୀ ପାଢୀ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସ୍ୱଚ୍ଛତା ଶପଥ ପାଠ କରାଇଥିଲେ ଏବଂ ସେମାନଙ୍କ ସମ୍ପ୍ରଦାୟ ଏବଂ ଘରେ ସ୍ୱଚ୍ଛତାର ଭାବନାକୁ ଆଗକୁ ନେବାକୁ ଅନୁରୋଧ କରିଥିଲେ । ଏହି ଅଭିଯାନ “ଏକ ଦିନ ଏକ ଘଣ୍ଟା ଏକ ସାଥ” ର ପ୍ରକୃତ ଭାବନାକୁ ପ୍ରତିଧ୍ୱନିତ କରିଥିଲା-କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଆହ୍ୱାନ ଯାହା ପ୍ରତ୍ୟେକ ନାଗରିକଙ୍କୁ ସେମାନଙ୍କ ଆଖପାଖକୁ ସ୍ୱଚ୍ଛ ରଖିବା ଏବଂ ସ୍ୱଚ୍ଛ ଭାରତ, ସ୍ୱସ୍ଥ ଭାରତରେ ଯୋଗଦାନ କରିବା ପାଇଁ ସମୟ ଉତ୍ସର୍ଗ କରିବାକୁ ପ୍ରେରଣା ଦେଇଥାଏ ।

............

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande