କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- କୋରେଇ ବ୍ଳକ ଅନ୍ତର୍ଗତ ଗୋଳେିପୁର ପଂଚାୟତ ରାମପୁର ଶଗଡି ଗ୍ରାମର ବିଧବା ମହିଳା ଅକ୍ତାରି ବିବିପରିବାର ଆଜି ବେସହରା ହୋଇଛି । ୨ଝିଅଙ୍କୁ ନେଇ ଅକ୍ତାରୀ ପରିବାର ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ପଡିଯାଇଛି । ଫଳରେ ରାତିରେ ମୁଣ୍ଡ ଗେଂଜିବାକୁ ଆଉ ସ୍ଥାନ ନାହିଁ । ହେଲେ ଅସହାୟ ପରିବାର ନିକଟରେ ପ୍ରଶାସନ ପହଂଚିନାହିଁ । ତୁରନ୍ତ ପ୍ରଶାସନିକ ଅଧିକାରୀ ବିଧବା ମହିଳାଙ୍କ ପରିବାର ନିକଟରେ ପହଂଚି ସେମାନଙ୍କ ଆବଶ୍ୟକତା ପୂରଣ ପାଇଁ ସାଧାରଣରେ ଦାବି ହୋଇଛି । ବର୍ତମାନ ଅସ୍ଥାୟୀଭାବେ ତାଙ୍କୁ ରଖାଯାଇ ଆବାସ ଯୋଜନାରେ ଗୃହ ଯୋଗଇଦେବାକୁ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ