କେନ୍ଦୁଝର, 25 ସେପ୍ଟେମ୍ବର (ହି.ସ.) ସୁସଂଗଠକ ପ୍ରଶାନ୍ତ ସ୍ବାଇଁଙ୍କ ନେତୃତ୍ବରେ ଜିଲ୍ଲାର ଅଗ୍ରଣୀ ସାମାଜିକ ପ୍ରତିଷ୍ଠାନ ଓ୍ବାକର୍ସ କ୍ଲବ୍ ଆଜି କେନ୍ଦୁଝରଗଡ଼, କଲେଜ ରୋଡରେ ଭଏସ୍ ଅଫ୍ କେନ୍ଦୁଝର ସହାୟତାରେ ଏକ ସ୍ବାସ୍ଥ୍ୟ ଯାଞ୍ଚ ଶିବିର ଆୟୋଜନ କରିଛି । ଶିବିରରେ ଡାକୁର ପି.ସି.ଦାସ, ପ୍ରଶାନ୍ତ ସ୍ବାଇଁ, ଡକ୍ଟର ସନ୍ଦୀପ ପଟ୍ଟନାୟକ, ଜିତୁ ଦାସ, ଭାଗୀରଥ୍, ଶ୍ରୀ ବିଦ୍ୟାଧା ଚୌଧୁରୀ, କରୁଣାକର ନାଏକ, ଆର୍ଭରାଉତ, ୱାକର୍ସ କ୍ଲବର ରମା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିବା ବେଳେ କେନ୍ଦୁଝର ଶକ୍ତି ସଦନର ଅନ୍ତେବାସୀ ସମେତ ଅନେକ ସ୍ଥାନୀୟ ରୋଗୀ ଅଂଶଗ୍ରହଣ କରିଥିଲେ । ଏଥିରେ ଆପୋଲୋ ଡାଏଟୋଷ୍ଟିକ୍ ଦ୍ବାରା କରାଯାଇଥିବା ମହଙ୍ଗା ଭିଟାମିନ୍ ଡି3 ପରୀକ୍ଷା ସମେତ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷା ମଧ୍ଯ ଅନୁର୍ଭୁକ୍ତ ଥୂଲା । ଶିବିରର ସୁଗମ ପରିଚାଳନା ପାଇଁ ଆଲକେମ୍, ଏଲପିସିଏ, ମେୟର, ଷ୍ଟ୍ରାଡମେଡ୍, ଇଣ୍ଡେକେମ୍ ଏବଂ ଆପୋଲୋ ଭଳି ଔଷଧ କମ୍ପାନୀଗୁଡ଼ିକ ସହଯୋଗ କରିଥିଲେ । ଆଗାମୀ ଦିନରେ ଭଏସ୍ ଅଫ୍ କେନ୍ଦୁଝର ୱାକର୍ସ କ୍ଲବ ସହିତ ମିଶି କେନ୍ଦୁଝରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରିବ ବୋଲି ଡକ୍ଟର ସନ୍ଦୀପ ପଟ୍ଟନାୟକ ଓ ପ୍ରଶାନ୍ତ ସ୍ବାଇଁ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA