ମିଶନ ଶକ୍ତି ମହିଳାଙ୍କ ଗଣଧାରଣା
ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)- କୋରାପୁଟ ଜ଼ିଲ୍ଲା ପଟାଙ୍ଗି ବ୍ଲକ ସମ୍ମୁଖରେ ହକ ପାଇଁ ଧାରଣାରେ ବସିଛନ୍ତି ପଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୨୨୦ ଜଣ ମହିଳା। ପୂର୍ବରୁ ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସୃଷ୍ଟି କରିଥିଲେ। ପ୍ର
ମିଶନ ଶକ୍ତି ମହିଳା ଙ୍କ ଗଣ ଧାରଣା


ଜୟପୁର, ୨୫ ସେପ୍ଟେମ୍ବର (ହି.ସ.)-

କୋରାପୁଟ ଜ଼ିଲ୍ଲା ପଟାଙ୍ଗି ବ୍ଲକ ସମ୍ମୁଖରେ ହକ ପାଇଁ ଧାରଣାରେ ବସିଛନ୍ତି ପଟାଙ୍ଗି ବ୍ଲକର ୧୪ଟି ପଞ୍ଚାୟତର ପ୍ରାୟ ୨୨୦ ଜଣ ମହିଳା।

ପୂର୍ବରୁ ନବୀନ ସରକାରଙ୍କ ସମୟରେ ମହିଳା ମାନଙ୍କୁ ସଶକ୍ତ କରିବା ଦିଗରେ ଏକ ଯୁଗାନ୍ତକାରୀ ପଦକ୍ଷେପ ସୃଷ୍ଟି କରିଥିଲେ। ପ୍ରତ୍ୟକ ଗାଁ ରୁ ଆରମ୍ଭ କରି ସହର ଯାଏଁ ମହିଳାଙ୍କୁ ସ୍ୱାବଲମ୍ବୀ କରି ଏକ ସଶକ୍ତ ଓଡିଶା ଗଠନର ଉଦ୍ଦେଶ୍ୟକୁ ପଣ୍ଡୁର କରିବା ଅଭିଯୋଗର ଚିଠାକୁ

ଆଧାର କରି ମହିଳା ସମ୍ପୂର୍ଣ ନିଜତ୍ୱ ବୋଲି କିଛି ଆଉ ନାହିଁ ବର୍ତମାନର ବିଜେପି ସରକାର ମହିଳାଙ୍କୁ ଆହୁରି ଦୁର୍ବଳ କରିବାକୁ ଚେଷ୍ଟା କରୁଛି।ସେମାନଙ୍କୁ ଅଭିଯୋଗ ଆସୁଛି। ପାର୍ବଣର ଋତୁରେ ଦୁର୍ଗା ମାଆଙ୍କ ଆବିର୍ଭାବ ବେଳେ ମହିଳା ଏବେ ଗଣ ଧାରଣାରେ ବସି ନିଜର ହକ ର ଲଢେଇ

ପାଇଁ ରାଜରାସ୍ତାରେ ସେମାନଙ୍କ ଦାବୀ ପୂର୍ବ ସରକାରଙ୍କ ପରି ସ୍ଥାୟୀ ନିଯୁକ୍ତି, ସ୍ଥାୟୀ ଦରମା, ଏକାଉଣ୍ଟପେ, ଛଅ ମାସର ବକେୟା ଦରମା ରାଶି ଦେୟ, କିନ୍ତୁ ଦୀର୍ଘ ଦିନ ହେବ ବାରମ୍ବାର ଲିଖିତ ଅଭିଯୋଗ ପରେବି ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ମହିଳାଙ୍କୁ ସ୍ୱାବଲମ୍ବି ନକରି ରେଭନିୟୁ ଭିଲେଜ ପ୍ରୋତ୍ସାହନ ବନ୍ଦ କରିବା ଓ ପ୍ରମୋସନ ବୋନସ ପ୍ରୋତ୍ସାହନ ବନ୍ଦ ପାଇଁ ମଧ୍ୟ ଗଣ ଧାରଣାରେ ଜିପିଏଲଏଫ ର ସମସ୍ତ କାର୍ଯ୍ୟ ବନ୍ଦ କରି ଏହାର ସ୍ଥାୟୀ ସମାଧାନ ନ ହେବା ଯାଏଁ ସମସ୍ତ ସରକାରୀ ଅଧିକାରୀଙ୍କୁ ଲିଖିତ ଦେଇ ଗଣ ଧାରଣାରେ ବସିଛନ୍ତି ମିଶନ ଶକ୍ତି ମହିଳା। ତେବେ କଣ ସରକାର ଦାବୀ ଶୁଣିବେ ନା ଏକଛତ୍ରବାଦ ଚଳେଇବେ ତାହା ଦେଖିବାକୁ ବାକି ରହିଲା।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande