ବ୍ୟାଙ୍କ ଜମା ଖାତାରୁ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଗାୟବ
ବ୍ୟାଙ୍କ ଜମା ଖାତାରୁ ଜମାକାରୀଙ୍କ ଜାଣତରେ ଆକାଉଣ୍ଟରୁ ଟଙ୍କା ଗାୟବ
ବ୍ୟାଙ୍କ ଜମା ଖାତାରୁ ଜମାକାରୀଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା ଗାୟବ


ବାରିପଦା, ୨୫ ସେପ୍ଟେମ୍ବର (ହି.ସ.)- ବ୍ୟାଙ୍କ ଜମା ଖାତାରୁ ଜମାକାରୀଙ୍କ ଅଜାଣତରେ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାୟବ ହୋଇଯାଇଛି। ଏନେଇ ଦୁଇଟି ପୃଥକ ମାମଲା ବାରିପଦା ଟାଉନ ଥାନାରେ ହୋଇଛି। ବ୍ୟାଙ୍କ ଆକାଉଣ୍ଟରୁ ଅଜାଣତରେ ଠକେଇ କରି ୮୦,୦୦୦ ଟଙ୍କା ଗାୟବ ହୋଇଛି। ଏନେଇ ଲାଲ ବଜାର ଅଞ୍ଚଳର ସେକ ସଦାମ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ମୋବାଇଲ ହ୍ୟାକ କରି ଉକ୍ତ ଟଙ୍କା ଉଠାଣ ହୋଇଛି। ଅଜାଣତରେ ଦୁର୍ବୁତ୍ତ ମାନେ ପର୍ଯ୍ୟାୟକ୍ରମେ ୮୦,୦୦୦ ଟଙ୍କା ଠକେଇ କରି ନେଇଥିଲେ। ତେବେ ସେ ଠକେଇର ଶିକାର ନେଇ ଜାଣିବା ପରେ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

ସେହିପରି ଦେବେନ୍ଦ୍ରପୁର ଅଞ୍ଚଳର ନରହରି ନନ୍ଦିଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩୧,୦୦୦ରୁ ଉର୍ଦ୍ଧ୍ବ ଟଙ୍କା ଗାୟବ ହୋଇଛି। ସେ ଏ ବାବଦରେ ଜାଣିବା ପରେ ଥାନାରେ ଅଭିଯୋଗ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande