ମୁଖ୍ୟାଳୟରୁ ଜିଲ୍ଲାର ବିଭିନ୍ନ ଥାନାରେ ୧୩ କନେଷ୍ଟବଳ ନିଯୁକ୍ତି
କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ ଜିଲ୍ଲା ମୂଖ୍ୟାଳୟରେ ଅବସ୍ଥାପିତ ଥିବା ୧୩ ଜଣ କନେଷ୍ଟବଳଙ୍କ ଜିଲ୍ଲାର ବିଭିନ୍ନ ଥାନାକୁ ବଦଳି କରିଛନ୍ତି । ଜି୍‌ଲା କାର୍ଯ୍ୟାଳୟ ଚିଠି ନଂ ୨୧୩୪ ଅନୁସାରେ ଜିଲ୍ଲା ମୁଖ୍ୟାଳୟରୁ କଳ୍ପତରୁ ସାହୁଙ୍କୁ ସୁକିନ୍ଦା ଥ
ମୁଖ୍ୟାଳୟରୁ ଜିଲ୍ଲାର ବିଭିନ୍ନ ଥାନାରେ ୧୩ କନେଷ୍ଟବଳ ନିଯୁକ୍ତି


କୋରେଇ, ୨୫ ସେପ୍ଟେମ୍ବର (ହି.ସ.)- ଯାଜପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟଶ ପ୍ରତାପ ଶ୍ରୀମଲ ଜିଲ୍ଲା ମୂଖ୍ୟାଳୟରେ ଅବସ୍ଥାପିତ ଥିବା ୧୩ ଜଣ କନେଷ୍ଟବଳଙ୍କ ଜିଲ୍ଲାର ବିଭିନ୍ନ ଥାନାକୁ ବଦଳି କରିଛନ୍ତି । ଜି୍‌ଲା କାର୍ଯ୍ୟାଳୟ ଚିଠି ନଂ ୨୧୩୪ ଅନୁସାରେ ଜିଲ୍ଲା ମୁଖ୍ୟାଳୟରୁ କଳ୍ପତରୁ ସାହୁଙ୍କୁ ସୁକିନ୍ଦା ଥାନା, କଳ୍ପତରୁ ପଣ୍ଡାଙ୍କୁ ଚଣ୍ଡିଖୋଲ କୋର୍ଟ, ଆଲୋକ ନାୟକଙ୍କୁ କଳିଙ୍ଗନଗର ଅତିରିକ୍ତ ଏସପିଙ୍କ କାର୍ଯ୍ୟାଳୟ, ସୁରେଶ କୁମାର ଜେନାଙ୍କୁ ଯାଜପୁରରୋଡ ଏଓଡ଼ିପିଓଙ୍କ କାର୍ଯ୍ୟାଳୟ, ରୁଦ୍ର ପସାଦ ସାହୁଙ୍କୁ ବିଂଝାରପୁର ଥାନା, ମନୋରଂଜନ ଜେନାଙ୍କୁ କଳିଙ୍ଗନଗର ଥାନା, ମନୋଜ ସାହୁ ଓ କାଳନ୍ଦୀ ଚରଣ ସାହୁଙ୍କୁ ବରୀ ଥାନା, ଲଳିତ କୁମାର ବେହେରାଙ୍କୁ ଯାଜପୁର ଥାନା, ପ୍ରକାଶ ସେଠୀଙ୍କୁ କେରାଇ ଥାନା, ଅନୀଲ କୁମାର ରାଉତଙ୍କୁ ପାଣିକୋଇଲି ଥାନା, ମାନସ ରଂଜନ ନାୟକଙ୍କୁ ଯାଜପୁର ଏସଡ଼ିପିଓଙ୍କ କାର୍ଯ୍ୟାଳୟ ଓ ସୁମନ କୁମାର ବେହେରାଙ୍କୁ ଯାଜପୁର କୋର୍ଟକୁ ବଦଳି କରାଯାଇଥିବା ସୁଚନା ମିଳିଛି। ତୁରନ୍ତ ନୁତନ ସ୍ଥାନରେ କାର୍ଯ୍ୟରେ ଯୋଗ ଦେବା ଲାଗି ଆରକ୍ଷୀ ଅଧିକ୍ଷକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande