ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)
ବଲାଙ୍ଗିର ଜିଲ୍ଲା ସାଲେଭଟା ମାଁ ପାଟଣେଶ୍ୱରୀ ଐତିହ୍ୟ ପୂର୍ବ ପାଟଣା ରାଜ୍ୟ ସମୟରେ ୨୬ଟି ଗଡ ମଧ୍ୟରୁ ସାଲେଭଟା ଗଡ ବେଶ ଗୁରୁତ୍ୱ ବହନ କରୁଥିଲା । ବଳରାମ ଦେଓ ୧୫୦୦ ଖ୍ରୀଷ୍ଟାବ୍ଦ ରେ ଭାଇ ଭାଗ ପାଇ ଏହି ପୀଠ ସ୍ଥାପନ କରିଥିଲେ । ମାଁ ପାଟଣେଶ୍ୱରୀ ପାଟଣାମୁହାଁ ହୋଇଥିବା ବେଳେ ମାଁ ସମଲେଶ୍ୱରୀ ହୁମା ମୁହା ବା ସମ୍ବଲପୁର ମୁହାଁ ହୋଇ ଗୋଟିଏ ପୀଠରେ ଦୁଇ ଭଉଣୀ ପୂଜା ପାଉଛନ୍ତି । ଐତିହାସିକ ପୀଠ ହୋଇଥିବାରୁ ଦଶହରାରେ ବଏଲ ଯାତ୍ରା ଏବଂ ଷୋହଳ ପୂଜା ଏବଂ ତନ୍ତ୍ରମନ୍ତ୍ର ସହ ପୀଠରେ ପୂଜା ପାଉଛନ୍ତି । ବଲାଙ୍ଗିର ର ମାଁ ପାଟଣେଶ୍ୱରୀ ମନ୍ଦିର ୧୫୦ ବର୍ଷ ପୁର୍ତ୍ତି ଅବସରରେ ଆଜି ଏହି ଅବସରରେ ଏକ ବିରଳ ଘଣ୍ଟି ସ୍ଥାପନ କରାଗଲା । ମୁଖ୍ୟ ପୂଜକ ପ୍ରକାଶ ଦିଶ୍ରୀ ପୂଜାର୍ଚ୍ଚନା କରିଥିବା ବେଳେ ମାଁ ଙ୍କ କୁଷ୍ମାଣ୍ଡା ବେଶରେ ଆଜି ଭକ୍ତମାନଙ୍କୁ ଦର୍ଶନ ଦେଉଥିବା ବେଳେ ଆଜି ପୂଜାର୍ଚ୍ଚନା କରି ନୂତନ ଘଣ୍ଟି ସ୍ଥାପନ କରାଯାଇଥିଲା । ଦେବାଳୟ ସୁରକ୍ଷା କମିଟି ସଭାପତି ଜୟକୃଷ୍ଣ ମିଶ୍ର ସାଲେଭଟା ଗ୍ରାମର ଆକାଶ ମିଶ୍ର, ଅରୁଣ କୁମାର ମିଶ୍ର, ନାଗରିକ କମିଟିର ସଂପାଦକ ମଧୁସୁଦନ ନାୟକ, ସୁରେନ୍ଦ୍ର କୁମାର ନେଗୀ, ରିଣ୍ଟୁ ସାହୁ, ଶମ୍ଭୁ ପ୍ରସାଦ ଶତପଥୀ ସମେତ ସାଲେଭଟା ଗ୍ରାମ ଓ ମନ୍ଦିର କମିଟି ପୂଜକମାନେ ଉପସ୍ଥିତ ଥିଲେ । ସହଦେବ ଭୁଏ ସହଯୋଗ କରିଥିଲେ ଓ ପ୍ରଶାନ୍ତ ମହାକୁର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ