ଓଡିଶାରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରର ପ୍ରସ୍ତାବ ନାହିଁ । ଦେଶବ୍ୟାପୀ କେବିକେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ କୋଟା ରଖାଯାଉ- ହେମନ୍ତ ପଣ୍ଡା
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଦେଶରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କୃଷି ଗବେଷଣା ଓ ଶିକ୍ଷା ବିଭାଗର ଜନ ସୂଚନା ଅଧିକାରୀ ତଥା ଅ
ଓଡିଶାରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରର ପ୍ରସ୍ତାବ ନାହିଁ । ଦେଶବ୍ୟାପୀ କେବିକେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ  ଆବାସିକ କୋଟା ରଖାଯାଉ- ହେମନ୍ତ ପଣ୍ଡା


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)

ଦେଶରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର କୃଷି ଗବେଷଣା ଓ ଶିକ୍ଷା ବିଭାଗର ଜନ ସୂଚନା ଅଧିକାରୀ ତଥା ଅନୁ ସଚିବ ପ୍ରେମ ପ୍ରକାଶ ସୁମନ ସୂଚନା ଅଧିକାର ଆଇନ ବଳରେ ବଲାଙ୍ଗିରର ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ସୂଚନା ପ୍ରଦାନ କରିଛନ୍ତି । ଏହା ସହ ବର୍ତ୍ତମାନ ଓଡିଶାରେ ମଧ୍ୟ କେନ୍ଦୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନର ପ୍ରସ୍ତାବ ମଧ୍ୟ ନାହିଁ ବୋଲି ପ୍ରାପ୍ତ ସୂଚନାରୁ ଜଣାପଡିଛି । ଦେଶରେ ୩ଟି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ଅଛି ବୋଲି ତଥ୍ୟରେ କୁହାଯାଇଛି । ମଣିପୁରର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ବିହାରର ପୁସା ଠାରେ ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଓ ଉତ୍ତରପ୍ରଦେଶର ଝାନସି ରେ ରାଣୀ ଲକ୍ଷ୍ମୀବାଇ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ରହିଛି ବୋଲି ସୂଚନା ପ୍ରଦାନ କରାଯାଇଛି । ଓଡିଶାର ସମ୍ବଲପୁରରେ ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟର ପରିକଳ୍ପନା କରାଯାଇଛି ବୋଲି ନିକଟରେ ସରକାରୀ ସୂତ୍ରକୁ ଆଧାର କରି ରାଜ୍ୟବ୍ୟାପୀ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ସମ୍ବଲପୁରରେ ସରକାରୀ ସ୍ତରରେ ଆଲୋଚିତ କୃଷି ବିଶ୍ୱବିଦ୍ୟାଳୟ ଦେଶର ଚତୁର୍ଥ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ନା ରାଜ୍ୟର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ଏହାକୁ ନେଇ ରାଜ୍ୟର ଜନସାଧାରଣଙ୍କ ମଧ୍ୟରେ ଦ୍ୱନ୍ଦ ଥିଲା କିନ୍ତୁ ଏଭଳି କୌଣସି ପ୍ରସ୍ତାବ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିଚାରାଧିନ ନାହିଁ ବୋଲି ସ୍ପଷ୍ଟ ହୋଇଛି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସେପ୍ଟେମ୍ବର ୨୭ ଦିନ ଝାରସୁଗୁଡା ଆସୁଛନ୍ତି । କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ସଂକ୍ରାନ୍ତରେ ସେ ଘୋଷଣା କରିବେ ବୋଲି ପଶ୍ଚିମ ଓଡିଶା ଓ କେବିକେ ଅଞ୍ଚଳର ଲୋକେ ଅପେକ୍ଷା କରିଛନ୍ତି ବୋଲି ସୂଚନା କର୍ମି ପଣ୍ଡା କହିଛନ୍ତି । ବଲାଙ୍ଗିରରେ ଏକ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଏକ ଦିର୍ଘ ଦିନର ଦାବୀ ବୋଲି ପଣ୍ଡା ଜଣାଇଛନ୍ତି । ଓଡିଶାର କେବିକେ ଅଞ୍ଚଳ ଦେଶର ଏକ ଅତି ପଛୁଆ ଅଞ୍ଚଳ ହୋଇଥିବାରୁ ଦେଶବ୍ୟାପୀ କୃଷି ବିଶ୍ୱବିଦ୍ୟାଳୟମାନଙ୍କରେ କେବିକେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ରଭାବେ ଆବାସିକ କୋଟା ରଖାଯିବା ପାଇଁ ପଣ୍ଡା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande