ରବି ରଞ୍ଜନ ପୂଜାରୀ ଓଡିଶା ହୋଟେଲ ମହାସଂଘ ର ଯୁଗ୍ମ ସମ୍ପାଦକ ରେ ନିର୍ବାଚିତ
ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.) ଚଳିତ ବର୍ଷ ଓଡିଶା ହୋଟେଲ ମହାସଂଘ ର ସାଧାରଣ ନିର୍ବାଚନ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାଧାରଣ ସଭା ରେ ଓଡିଶା ର ବିଭିନ୍ନ ହୋଟେଲ ପ୍ରାନ୍ତ ରୁ ଅନେକ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ । ଶ୍ରୀଯୁକ୍ତ ପୂଜାରୀ ବଲା
ରବି ରଞ୍ଜନ ପୂଜାରୀ ଓଡିଶା ହୋଟେଲ ମହାସଂଘ ର ଯୁଗ୍ମ ସମ୍ପାଦକ ରେ ନିର୍ବାଚିତ


ବଲାଙ୍ଗିର, 25 ସେପ୍ଟେମ୍ବର (ହି.ସ.)

ଚଳିତ ବର୍ଷ ଓଡିଶା ହୋଟେଲ ମହାସଂଘ ର ସାଧାରଣ ନିର୍ବାଚନ ଭୁବନେଶ୍ୱର ସ୍ଥିତ ହୋଟେଲ ସ୍ୱସ୍ଥି ପ୍ରିମିୟମ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାଧାରଣ ସଭା ରେ ଓଡିଶା ର ବିଭିନ୍ନ ହୋଟେଲ ପ୍ରାନ୍ତ ରୁ ଅନେକ ସଭ୍ୟ ସଭ୍ୟା ଯୋଗଦାନ କରିଥିଲେ ।

ଶ୍ରୀଯୁକ୍ତ ପୂଜାରୀ ବଲାଙ୍ଗିର ଜିଲ୍ଲା ର ହୋଟେଲ ପାର୍କ ଲାଣ୍ଡ ହୋଟେଲ ମଧ୍ୟରୁ ପ୍ରତିଧିତ୍ବ କରି ଓଡିଶା ରାଜ୍ୟ ହୋଟେଲ ମହାସଂଘ ରେ ନିଜକୁ ପ୍ରତିଷ୍ଠିତ କରାଇ ପାରିଥିବାରୁ ଓଡିଶା ହୋଟେଲ ମହାସଂଘ ତରଫରୁ ତାଙ୍କୁ ଖୁବ ଶୁଭେଚ୍ଛା ଜ୍ଞାପନ କରିବା ସଙ୍ଗେ ପଶ୍ଚିମ ଓଡିଶା ହୋଟେଲ ମହା ସଂଘ ତରଫରୁ ମଧ୍ୟ ଶୁଭେଚ୍ଛା ଓ ଧନ୍ୟବାଦ ଅର୍ପଣ କରାଯାଇଥିଲା l

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande