ମୁଖୀଗୁଡା, ୨୫ ସେପ୍ଟେମ୍ବର (ହି.ସ.)- କଳାହାଣ୍ଡି ଜିଲ୍ଲା ଜୟପାଟଣାର ହୋଲସେଲ ବାଣ ବ୍ୟବସାୟୀ ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଆଜି ସକାଳୁ ସ୍କ୍ୱାର୍ଡ ଚଢ଼ଉ କରି ବେଆଇନ ଭାବେ ଗଛିତ ରଖାଯାଇଥିବା ବିପୁଳ ପରିମାଣର ବାଣ କରାଯାଇଛି। ଜବତ ହୋଇଥିବା ବାଣର ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ହେବ ବୋଲି ଧର୍ମଗଡ଼ ଏସଡିପିଓ ଡୋଲାମଣି ଭୋଇ ସୂଚନା ଦେଇଛନ୍ତି । ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଥିବା ଗୋଦାମରେ ଏତେ ପରିମାଣରେ ବାଣ ରହିଥିଲା ଯେ ପୁଲିସ ସବୁସନ୍ଧାନ କରିପାରି ନଥିଲା । କିଛି ଦିନ ପୂର୍ବେ ବୌଦ୍ଧରେ ବାଣ ବିସ୍ଫୋରଣ ସାରା ରାଜ୍ୟରେ ଚହଳ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବର୍ତମାନ କଳାହାଣ୍ଡିରେ ଅନେକ ସ୍ଥାନରେ ଚଢଉ ଜାରି ରହିଛି। ଗତକାଲି ରାତିରେ ଜୟପାଟଣା ପୁଲିସ ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ଉ କରି କିଛି ପରିମାଣର ବାଣ ଜବତ କରି ବଜରଙ୍ଗଙ୍କ ସ୍ତ୍ରୀ ଲକ୍ଷ୍ମୀ ଅଗ୍ରୱାଲଙ୍କ ନାମରେ ଏକ ମାମଲା ରୁଜୁ କରିଥିଲା । କିନ୍ତୁ, ଗୋଦାମରେ ବହୁ ପରିମାଣରେ ବାଣ ଗଛିତ ରହିଥିବା କଳାହାଣ୍ଡି ଏସପି କୌଣସି ସୂତ୍ରରୁ ଖବର ପାଇ ଏକ ସ୍କ୍ୱାର୍ଡ ପଠାଇ ବଜରଙ୍ଗ ଅଗ୍ରୱାଲଙ୍କ ଘରେ ଚଢ଼ଉ କରାଯାଇଥିଲା । ଘରେ ଏତେ ପରିମାଣରେ ବାଣ ଗଛିତ ହୋଇ ରହିଥିଲା ଯେ, ସ୍କ୍ୱାର୍ଡ ସବୁ ଠାବ କରିପାରି ନଥିଲେ ବିଭିନ୍ନ କାଟୁନରେ ଖେଳଣା ସାମଗ୍ରୀ ସହିତ ମଧ୍ୟ ବାଣ ରହିଥିଲା ଯେ ସ୍କ୍ୱାର୍ଡ ସବୁ ସନ୍ଧାନ କରି ପାରିନଥିଲେ ତଥାପି ଯେତିକି ପରିମାଣରେ ବାଣ ଜବତ ହୋଇଥିଲା ତାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ବଜରଙ୍ଗ ଅଗ୍ରୱାଲ ଦୀର୍ଘ ୨୦ ବର୍ଷ ଧରି ନିଜ ଘରେ ବିପୁଳ ପରିମାଣର ବାଣ ରଖି ଜୟପାଟଣା, କଲମପୁର, ଥୁଆମୂଳ ରାମପୁର ଅଞ୍ଚଳକୁ ହୋଲସେଲ କରି ଆସୁଛନ୍ତି । ଏହା ସହିତ ପ୍ଲାଷ୍ଟିକ ଖେଳଣା, ଅଳଙ୍କାର, ସୂତା, ଇଲେକ୍ଟ୍ରୋନିକ ସାମଗ୍ରୀର ହୋଲସେଲ ମଧ୍ୟ କରିଥାନ୍ତି । ଏଥି ପୂର୍ବରୁ ମଧ୍ୟ ଦୀପାବଳି ସମୟରେ ତାଙ୍କ ଘରୁ ବାଣ ଜବତ କରାଯାଇଥିବାର ନଜିର ରହିଛି । ଏସବୁ ସତ୍ବେ ସେ ଦୀର୍ଘ ଦିନ ଧରି ଏପରି ବେଆଇନ ଭାବେ ଜନବସତି ସ୍ଥାନରେ ବାଣ ରଖି କାରବାର କରି ସରକାରଙ୍କୁ ବ୍ୟାପକ ଟିକସ ଫାଙ୍କୁଥିଲେ । ଗତକାଲି ଜୟପାଟଣା ପୋଲିସ ବଜରଙ୍ଗ ଅଗ୍ରୱାଲଙ୍କ ଘରୁ ସବୁ ବାଣ କିପରି ଠାବ କରିପାରି ନଥିଲେ କିନ୍ତୁ ସ୍କ୍ୱାର୍ଡ କିପରି ସଫଳ ହେଲେ ବୋଲି ଏଠାରେ ସାଧାରଣରେ ଆଲୋଚନା ହେଉଛି । ଆଜି ବଜରଙ୍ଗ ଅଗ୍ରୱାଲଙ୍କ ନାମରେ ମାମଲା ରୁଜୁ ହୋଇଥିଲା ବେଳେ ସେ ଫେରାର ଥିବା ଜଣାପଡ଼ିଛି ।
ହିନ୍ଦୁସ୍ଥାନ ସମାଚାର / ନିହାର