ଫାମ୍ପୁଣି ଗ୍ରାମରେ ଆମ ପୁଲିସ ସମିତି ବୈଠକ
ଜୟପୁର,, 25 ସେପ୍ଟେମ୍ବର (ହି.ସ.) ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆଜି ସ୍ଥାନୀୟ ଫାମ୍ପୁଣି ଗ୍ରାମ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ଉକ୍ତ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମର ବାସିନ୍ଦା ଉପସ୍ଥିତ ରହିଥିଲ
ଫାମ୍ପୁଣି ଗ୍ରାମରେ ଆମ ପୁଲିସ ସମିତି  ବୈଠକ


ଜୟପୁର,, 25 ସେପ୍ଟେମ୍ବର (ହି.ସ.) ଜୟପୁର ସଦରଥାନା ପୁଲିସ ପକ୍ଷରୁ ଆଜି ସ୍ଥାନୀୟ ଫାମ୍ପୁଣି ଗ୍ରାମ ଠାରେ ଆମ ପୁଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ସଦରଥାନା ଅଧିକାରୀ ସଚିନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ଆୟୋଜିତ ଏହି ବୈଠକରେ ଉକ୍ତ ଗ୍ରାମପଞ୍ଚାୟତ ବିଭିନ୍ନ ଗ୍ରାମର ବାସିନ୍ଦା ଉପସ୍ଥିତ ରହିଥିଲେ । ଏହି ଅବସରରେ ନାବାଳିକା ବିବହ, ପାର୍ବଣ ଋତୁରେ ବେଆଇନ ଚାନ୍ଦା ଆଦାୟ, ସାଇବର ଅପରାଧ, ବେଆଇନ ମାରଣାସ୍ତ୍ର ରଖିବା, ବାଇକରେ ଶଦ୍ଧ ପ୍ରଦୁଷଣକାରୀ ସାଇଲେନ୍ସର, ନାବାଳକ ବାଇକ ଚାଲଣା ଉପରେ କଟକଣା ଏବଂ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ । ତେଣୁ ଏଥିପ୍ରତି ସମସ୍ତ ଗ୍ରାମବାସୀ ଏବଂ ସାଧାରଣ ଜନତା ସଚେତନ ହେବାର ଆବଶ୍ୟକ ରହିଛି ବୋଲି ବୈଠକରେ ପୁଲିସ ଅଧିକାରୀ ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ଗାଗନାପୁର ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ, ଏଏସଆଇ ପଙ୍କଜିନୀ ଶବର, ଏଏସଆଇ ପ୍ରଶାନ୍ତ ସରକାର ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande