ସମ୍ବଲପୁର, ୨୫ ସେପ୍ଟେମ୍ବର (ହି.ସ.) - ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଅବରରେ ବିଜେପି ପକ୍ଷରୁ ସେବାପକ୍ଷ ପାଳନ କରାଯାଉଛି । ସେପ୍େଟମ୍ବର ୧୭ ମୋଦୀଙ୍କ ଜନ୍ମ ଦିନରୁ ୨ ଅକ୍ଟୋବର ଶାସ୍ତ୍ରୀ ଜୟନ୍ତୀ ପର୍ଯ୍ୟନ୍ତ ଏହି ସେବା ପକ୍ଷ ପାଳନ କରାଯାଉଛି । ଏହି ଦିନ ମାନଙ୍କରେ ବିଜେପି ପକ୍ଷରୁ ଦେଶ ବ୍ୟାପି ବିବିଧ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଉଛି । ବୃକ୍ଷ ରୋପଣ, ସ୍ୱଚ୍ଛତା ଅଭିଯାନ, ରୋଗୀଙ୍କୁ ଫଳ ବଂଟନ, ରକ୍ତଦାନ ଶିବିର, ସାଂସଦ କ୍ରୀଡ଼ା ପ୍ରତିଯୋଗିତା, ପ୍ରଦର୍ଶନୀ, ମୋଦୀ ବିକାଶ ମାରାଥନ୍ ଭଳି ଅନେକ କାର୍ଯ୍ୟକ୍ରମ ମାନ ହାତ କୁ ନିଆଯାଉଛି ।
ଆଜି ହେଉଛି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ବିଶିଷ୍ଟ ରାଷ୍ଟ୍ରବାଦୀ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ୧୨୫ ତମ ଜନ୍ମ ଜୟନ୍ତୀ । ସେବା ପକ୍ଷ ଅନ୍ତର୍ଗତ ଆଜିର ବିଶେଷ ଦିନ ରେ ସମ୍ବଲପୁର ବିଜେପି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।
ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ସୁପୁତ୍ରି ନବାଗତା ନାରୀନେତ୍ରୀ ଶୁଭଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ଓ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ରକ୍ତ ଭଣ୍ଡାର ର ସହାୟତା ରେ ଆଜି ସ୍ଥାନୀୟ କଚେରି ରୋଡ଼ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏହି ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏଥି ରକ୍ତଦାନ ଶିବିର ରେ ମୋଟ ୭୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସମସ୍ତ ରକ୍ତ ଦାତାଙ୍କୁ ଉପସ୍ଥିତ ବରିଷ୍ଠ ପଦାଧିକାରୀ ମାନେ ପ୍ରଶଂସା ପତ୍ର ଦେଇ ସମ୍ମାନିତ କରିଥିଲେ ।
ଆଜିର ରକ୍ତଦାନ ଶିବିରରେ ଭାରତୀୟ ଜନତା ପାର୍ଟିର ସାଧାରଣ ସମ୍ପାଦକ ଅନିଲ ବେହେରା, ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି, ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ, ରିକି ବେହେରା, ଅଭିନାଶ ନନ୍ଦ, ସନ୍ତୋଷ ଡାଲୁଆ, କୃଷ୍ଣକ୍ଷ ମହାକୁଡ, ସୋମିତ୍ର ଜତି, କାହ୍ନୁରାମ ଶର୍ମା, ଅଭିଷେକ ସାମଲ, ତୃପ୍ତି ରଞ୍ଜନ ପଣ୍ଡା, ଚନ୍ଦନ ଓ ଶୁଭମ୍ ମହାରଣା ପ୍ରମୁଖ ସହାୟତା କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ