ଜୟପୁର, ୨୫ ସେପ୍ଟେମ୍ବର (ହି.ସ.) - ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ୩ ଜଣ ବାଳିକା ଏନସିସି କ୍ୟାଡେଟଙ୍କୁ ଏବଂ ଏ.ନ.ଓ ଲେଫଟନେଂଟ ସନ୍ତୋଷିନୀ ମୁଣ୍ଡାଙ୍କୁ ସମ୍ମାନିତ କରାଯାଇଛି । ଜେୟୁଓ ଶ୍ୱାତୀ ଜାନି, କ୍ୟାଡେଟ ନଗମା ନିଗର ଓ କ୍ୟାଡେଟ ଶକ୍ତିଶ୍ରୀୟା ପଟ୍ଟନାୟକ ଅଲ ଇଣ୍ଡିଆ ସ୍ଥଳ ସେନା କ୍ୟାମ୍ପ ଦିଲ୍ଲୀରେ ଯୋଗ ଦେଇଥିଲେ । ୩ ମାସ ପ୍ରି ଟ୍ରେନିଂ କ୍ୟାମ୍ପରେ କଠିନ ପରିଶ୍ରମ କରି ସବଶ୍ରେଷ୍ଠ ଭାବରେ ଚୟନ ହୋଇଥିଲେ। ଶ୍ୱାତି ଜାନି ଅପଷ୍ଟିକଲ ଓ ଟେଂଟ ପିଚିଙ୍ଗ, ନଗମା ନିଗର ହେଲଥ ହାଇବିନ ଏବଂଶକ୍ତି ଶ୍ରେୟା ପଟ୍ଟନାୟକ ଜର୍ଜିଙ୍ଗ ଡିମଟାନସ ରେଶବ ଶ୍ରେଷ୍ଠ ଭାବରେ ଚୟନ ହୋଇ ଓଡିଶା ଜାତୀୟ ସ୍ତରରେ ଅଲ ଇଣ୍ଡିଆ ସ୍ଥଳ ସୈନିକ କ୍ୟାମ୍ପ ଦିଲ୍ଲୀରେ ଯୋଗଦାନ କରିଥିଲେ । ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ୩ ଜଣ ମହିଳା କ୍ୟାଡେଟଙ୍କ ସବ ଶ୍ରେଷ୍ଠ ପ୍ରଦର୍ଶନ ନିମନ୍ତେ କୁଳ ସଚିବ ମହେଶ୍ୱର ଚନ୍ଦ୍ର ନାୟକ ସେମାନଙ୍କୁ ସମ୍ମାନିତ କରିଛନ୍ତି । ଏନ.ସି.ସି ଅଫିସର ସନ୍ତୋଷିନୀ ମୁଣ୍ଡା ତାଙ୍କ ପ୍ରି କମିଶନ ଟ୍ରେନିଂ କୋର୍ସ ଅଫିସର ଟ୍ରେନିଂ ଏକାଡେମି ଗ୍ୱାଲିୟରରେ ୭୫ ଦିନ ଏନସିସି ଟ୍ରେନିଂ ଶେଷ କରି ଆସିଥିବା ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି । ବର୍ତମାନ ସେ ସିଟିଓରୁ ଲେଫଟନାଂଟ ର୍ୟାଙ୍କ ଅଧିକରଣ କରିଥିବାରୁ ବିଶ୍ୱବିଦ୍ୟାଳୟର ସମସ୍ତେ ତାଙ୍କୁ ଶୁଭେଛା ଜଣାଇଛନ୍ତି। ସମ୍ବଦ୍ଧନା ସଭାରେ ବିଶବ ବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି