ଦୁର୍ନୀତି ବିରୁଦ୍ଧରେ ସମବାୟ ବିଭାଗର ଶୂନ୍ୟ ସହନଶୀଳ ନୀତି
ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲେ ସୋନପୁର ଏଆରସିଏସ୍ ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)-ଦୁର୍ନୀତି ବିରୁଦ୍ଧରେ ସମବାୟ ବିଭାଗ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛି । ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସୋନପୁର ମଣ୍ଡଳ (ଏଆରସିଏସ୍) ପା
ଦୁର୍ନୀତି ବିରୁଦ୍ଧରେ ସମବାୟ ବିଭାଗର ଶୂନ୍ୟ ସହନଶୀଳ ନୀତି


ଆର୍ଥିକ ଅନିୟମିତତା ଅଭିଯୋଗରେ ନିଲମ୍ବିତ ହେଲେ ସୋନପୁର ଏଆରସିଏସ୍

ଭୁବନେଶ୍ୱର 25 ସେପ୍ଟେମ୍ବର (ହି.ସ.)-ଦୁର୍ନୀତି ବିରୁଦ୍ଧରେ ସମବାୟ ବିଭାଗ ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଛି । ଆର୍ଥିକ ଅନିୟମିତତା ଓ ଦୁର୍ନୀତି ଅଭିଯୋଗରେ ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ, ସୋନପୁର ମଣ୍ଡଳ (ଏଆରସିଏସ୍) ପାଣୁ ଚରଣ ସାହୁଙ୍କୁ ଆଜି କାର୍ଯ୍ୟରୁ ନିଲମ୍ବନ କରାଯାଇଛି । ନିଲମ୍ବନ ସମୟରେ ବରଗଡ଼ ଉପ-ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟରେ ତାଙ୍କର ମୁଖ୍ୟାଳୟ (ହେଡ୍ କ୍ଵାର୍ଟର୍) ସ୍ଥିର କରାଯାଇଛି । ନିଲମ୍ବନ ଆଦେଶ ବଳବତ୍ତର ରହିବା ପର୍ଯ୍ୟନ୍ତ ବିନା ଅନୁମତିରେ ସେ ମୁଖ୍ୟାଳୟ ଛାଡ଼ିପାରିବେ ନାହିଁ । ଅନିୟମିତତାଠାରୁ ଦୂରରେ ରହି ନୀତିନିଷ୍ଠ କର୍ତ୍ତବ୍ୟ ସମ୍ପାଦନ ପାଇଁ ସମବାୟ ବିଭାଗ ପକ୍ଷରୁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande