କେନ୍ଦ୍ରାପଡ଼ା, ୨୫ ସେପ୍ଟେମ୍ବର(ହି.ସ.) – ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଚାଲିଥିବା ଆନ୍ଦୋଳନ ଏବେ ଜିଲ୍ଲାବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ଗତକାଲି ବିଧାନସଭାରେ ଏସମ୍ପର୍କରେ ଉତ୍ଥାପିତ ପ୍ରଶ୍ନ ଉପରେ ସରକାରଙ୍କ ପକ୍ଷରୁ କୌଣସି ଉତର ଦିଆନଯାଇ ଅଧିବେଶନକୁ ସ୍ଥଗିତ କରାଯାଇ ଥିବାରୁ ଆଜି ଆନ୍ଦୋଳନକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି କରିଛି। ତିନିଦିନ ପୂର୍ବରୁ ବିଧାନସଭାରେ ଏ ସମ୍ପର୍କିତ ଅନ୍ୟ ଏକ ଲିଖିତ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଉଚ୍ଚ ସ୍ତରୀୟ କମିଟି ଗଠନ ବିଷୟକୁ ନେଇ ମଧ୍ୟ ଆନ୍ଦୋଳନକାରୀମାନେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ଅନେକବାର ଏକାଧିକ ମନ୍ତ୍ରୀଙ୍କ ସମେତ ଖୋଦ ମୁଖ୍ୟ୍ୟମନ୍ତ୍ରୀ କେନ୍ଦ୍ରାପଡ଼ାରେ ମେଡ଼ିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ସରକାର ମତ ଦେଇଥିବାବେଳେ ଏବେ ପୁଣି ଉଚ୍ଚସ୍ତରୀୟ କମିଟି ଗଠନ ନାଁରେ କେନ୍ଦ୍ରାପଡ଼ାବାସୀଙ୍କୁ ଭଣ୍ଡେଇବା ଜିଲ୍ଲାବାସୀଙ୍କ ପ୍ରତି ସରକାରଙ୍କ ଛଳନାପୂର୍ଣ୍ଣ ଆଚରଣକୁ ଆଜି ଧାରଣାସ୍ଥଳରେ ଆୟୋଜିତ ପ୍ରତିବାଦ ସଭାରେ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ। କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନଙ୍କ ସମେତ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ସସ୍ମିତାପଣ୍ଡା, ପୂର୍ବତନ ବିଧାୟିକା ଡ. ସିପ୍ରା ମଲ୍ଲିକ, ମେଜର ଭରତ ଜେନା, ଅର୍ଜିତ କୁମାର ରାଉତ, ଆଇଏନ୍ଟିୟୁସି ନେତା ମୁକ୍ତାର ଖାଁ, ସନ୍ତୋଷ ବେହେରା, ରବୀନ୍ଦ୍ର ପ୍ରସାଦ ଜେନା, ସିପିଆଇ(ଏମ୍) ନେତା କିଶୋର କୁମାର ସାହୁ, ଡଃ ଦିଲ୍ଲୀପ ମିଶ୍ର, ଡଃ ଚୈତନ୍ୟ ପରିଡ଼ା, ଧୀରେନ୍ଦ୍ର କୁମାର ବେହେରା, ଆଇନଜୀବୀ ବିଧୁଭୂଷଣ ମହାପାତ୍ର, ବିଜୟ କୁମାର ପରିଡ଼ା, ବ୍ରଜବନ୍ଧୁ ଦାଶ, ବସନ୍ତ ସେଠୀ, ନିମାଇଁ ଚରଣ କର, ବିଜୟ କୁମାର ଦାସ, ଜିଲ୍ଲା ରିଟାୟାର୍ଡ ସଂଘ ସଭାପତି ନରୋତମ ଜେନା, ଫକୀର ଚରଣ ଖଟୁଆ, ନାରୀନେତ୍ରୀ ଦ୍ରୈାପଦୀ ରାଉତ, ନିରୂପମା ମହାନ୍ତି, ବିକାଶ ଚନ୍ଦ୍ର ବେଉରା, ପ୍ରକାଶ ମହାନ୍ତି, ସାଗର ଜେନା, ଶ୍ରୀଧର ମହାନ୍ତି, ଶକ୍ତିକାନ୍ତ ପାତ୍ର, ଗାନ୍ଧିବାଦୀ କର୍ମୀ ଅଭିମନ୍ୟୁ ରାଉତ, ବୈଷ୍ଣବ ସ୍ୱାଇଁ, ସୁରେଶ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ସରକାରଙ୍କ ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ଏହି ଆନ୍ଦୋଳନକୁ କ୍ରିୟାନୁଷ୍ଠାନ କମିଟିର ଆବହକ ମଣ୍ଡଳୀ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି