ବଡ଼ ସରକାର ବାବାଙ୍କ ୧୧ତମ ବାର୍ଷିକ ଉର୍ଷେ-କାଦରିଆ,ପ୍ରତିକୂଳ ପାଗ ସତ୍ତ୍ୱେ ମୂଶାଏରା ସମାରୋହ ଉଦଯାପିତ
ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର କାଦରୀ ୍ୱିରାଦରାନ ଆନୁକୂଲ୍ୟରୁ ଗୁଲସନେ ନସିମ ଠାରେ ହଜରତ ସୈୟଦ ନସୀମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୧ତମ ବାର୍ଷିକ ଉର୍ଷେ-କାଦରିଆ ପାଳିତ ହୋଇଯାଇଛି । ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବାବାଙ୍କ ଭକ୍ତ ମାନଙ୍କୁ
badasarkar baba


ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ବାଇପାସ ରୋଡ ସ୍ଥିତ ସରକାର ନଗର କାଦରୀ ୍ୱିରାଦରାନ ଆନୁକୂଲ୍ୟରୁ ଗୁଲସନେ ନସିମ ଠାରେ ହଜରତ ସୈୟଦ ନସୀମ ଅଖତର କାଦରୀ ଓରଫ ବଡ଼ ସରକାର ବାବାଙ୍କ ୧୧ତମ ବାର୍ଷିକ ଉର୍ଷେ-କାଦରିଆ ପାଳିତ ହୋଇଯାଇଛି । ଆମ ରାଜ୍ୟ ଓ ରାଜ୍ୟ ବାହାରୁ ଆସିଥିବା ବାବାଙ୍କ ଭକ୍ତ ମାନଙ୍କୁ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ଧରି ଲଙ୍ଗର (ଦିନରାତ୍ରି ଖାଇବାର ) ସୁବ୍ୟବସ୍ଥା କମିଟି ତରଫରୁ କରାଯାଇଥିଲା ଏବଂ ୨୪ ତାରିଖ ବୁଧୁବାର ସନ୍ଧ୍ୟା ୭ ଘଟିକା ଠାରୁ ଏକ ମୁଶାଏରା ଆରମ୍ଭ ହୋଇ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଚାଲୁ ରହିଥିଲା । ପ୍ରତିକୂଳ ପାଗ ସତ୍ତ୍ୱେ ବର୍ଷା କୁ ଖାତିର ନ କରି ଶ୍ରୋତା ମାନେ ମୁଶାଏରାରେ ଯୋଗଦାନ କରିଥିଲେ। କାଦରୀ ବିରାଦରାନ ର ସଭାପତି ଜାୱେଦ ଅଖତରଙ୍କ ସଭାପତିତ୍ୱରେ ଓ ସମ୍ପାଦକ ଶେଖ ଜାଫରଙ୍କ ସହଯୋଗରେ ଏବଂ ବିଶିଷ୍ଟ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଆରମ୍ଭ ହୋଇଥିଲା । ଏହି ମୁଶାଏରାରେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ପଣ୍ଡିତ ୟୁପି ଦିଶା ସରିଫରୁ ମୌଲାନା ମହମ୍ମଦ ଅଲି କାଦରୀ , ୟୁପି କିଛୋଚ୍ଛା ସରିଫରୁ ମୌଲାନା ସୈୟଦ ଅଜମଲ ଅସରାଫି , ୟୁପି ମକନପୁରରୁ ସୈୟଦ ମୁଫତି ଶଜର ଅଲି ମକାନପୁରୀ ଏବଂ ବିଭିନ୍ନ ରାଜ୍ୟରୁ ପ୍ରାୟ ୫୦ ରୁ ଉର୍ଦ୍ଧ କବି (ସାଏର) ମାନେ ଯୋଗଦାନ କରି ସରକାର ବାବାଙ୍କ ନୀତି ଓ ଜୀବନ ଦର୍ଶ ଉପରେ ଆଲୋକପାତ କରିଥିଲେ । ଏହି ମୁଶାଏରା ରେ ଅତିଥି ଭାବେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ , ଅତିରିକ୍ତ ଜିଲ୍ଲାପାଳ କାର୍ତ୍ତିକ ମଣ୍ଡଳ, ଜିଲ୍ଲା ଏସପି ମନୋଜ କୁମାର ରାଉତ , ଅତିରିକ୍ତ ଏସପି ଅରୂପ ଅଭିଷେକ ବେହେରା , ଅତିରିକ୍ତ ଏସପି ଡ଼ିଆଇ୍ୱି ଅଂଶୁମାନ ଦିବେଦୀ, ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ , ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ ,ଭଦ୍ରକର ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ , ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ , ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ , ଯୁବ ନେତା ଅସିତ ପଟନାୟକ , ନଳିନୀ ମହାନ୍ତି , ମହମ୍ମଦ ଜକାଉଲ୍ଲା , ହାଜି ଅବଦୁଲ ମୁକିତ ଖାନ, କୈଳାଶ ଚନ୍ଦ୍ର ମହାପାତ୍ର ,ଜମିଲ ଅଖତର ଖାନ , ଇଂ ହବିବୁଲ୍ଲା ଖାନ , ଅସରାଫ ଅଲି ଖାନ, ଇଂ ରେଜାଏ ରସୁଲ ପ୍ରମୁଖ ଯୋଗଦାନ କରିଥିଲେ।ଏହି ମୁଶାଏରା ସଭାକୁ ଆଡ଼ଭାଇଜର ଶେଖ ହବିବୁଲ୍ଲା , ଅଖତର ଅଲି ଖାନ, ଉପ ସଭାପତି ସେକ ସବବୀର ହୋସେନ, ସହ ସମ୍ପାଦକ ସେକ ଆବୁକାଲାମ , କୋଷାଧକ୍ଷ ସେକ ନିଆମତୁଲ୍ଲା , କାର୍ଯ୍ୟକାରୀ ସମ୍ପାଦକ ମୁଖତାର ନସିମ , ୱାସିମ ଅଖତର , ଶେଖ ଅଖତର , ସେକ ସାହାଜନ , ସେକ କମିରୁଦ୍ଦିନ ପ୍ରମୁଖ ଉପସ୍ଥିତ ରହି ମୁଶାଏରା ସଭାକୁ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande