ଧର୍ମଶାଳା ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୫୯୦ୟୁନିଟ ରକ୍ତ ସଂଗ୍ରହ
ଧର୍ମଶାଳା,୨୫ସେପ୍ଟେମ୍ବର(ହି.ସ.) - ଯଶସ୍ୱୀ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆହ୍ୱାନକ୍ରମେ ଆଜି ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ଓ ଚଡେଇଧରାସ୍ଥିତ ଜଗନ୍ନାଥଜୀୟୁ ମହାବିଦ୍ୟାଳୟରେ ଏକ ସ୍ୱେଛାକୃତ ରକ୍ତଦାନ ଶ
ଧର୍ମଶାଳା ବିଜେପି ପକ୍ଷରୁ ରକ୍ତଦାନ ଶିବିର, ୧୫୯୦ୟୁନିଟ ରକ୍ତ ସଂଗ୍ରହ


ଧର୍ମଶାଳା,୨୫ସେପ୍ଟେମ୍ବର(ହି.ସ.) - ଯଶସ୍ୱୀ ପ୍ରଦାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ସପ୍ତାହ ପାଳନ ଅବସରରେ ଯାଜପୁର ଜିଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ଆହ୍ୱାନକ୍ରମେ ଆଜି ଜାରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ଓ ଚଡେଇଧରାସ୍ଥିତ ଜଗନ୍ନାଥଜୀୟୁ ମହାବିଦ୍ୟାଳୟରେ ଏକ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, କଟକ ସଦର ବିଧାୟକ ପ୍ରକାଶ ସେଠୀ ଓ ରାଇରଙ୍ଗପୁର ବିଧାୟକ ଜଲେନ ନାୟକ ଅତିଥି ଭବେ ଯୋଗଦେଇ ରକ୍ତଦାନ ମହତଦାନ ଏବଂ ରକ୍ତ ଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନକୁ ମନେରଖିବା ଉଦ୍ଦେଶ୍ୟରେ ଏହି ଶିବିରର ଆୟୋଜନ କରାଯାଇଛି ବୋଲି କହିଥିଲେ । ଏଥିସହ ବିଧାୟକମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଧର୍ମଶାଳା ଷ୍ଟାଡିୟମରେ ଆଜି ସକାଳ ୯ଟାରୁ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ କଟକ ଏସସିବି ଓ ରେଡକ୍ରସ ତରଫରୁ ଡାକ୍ତର ଓ କର୍ମଚାରୀମାନେ ଉଭୟ ସ୍ଥାନରେ ନିୟୋଜିତ ହୋଇ ରକ୍ତ ସଂଗ୍ରହ କରିଥିଲେ । ତେବେ ଆଜିର ରକ୍ତଦାନ ଶିବିରରେ ଏକ ମହତ କାର୍ଯ୍ୟ ଦେଖିବାକୁ ମିଳିଥିଲା ବିଧାୟକ ଶ୍ରୀ ସାହୁ ନିଜେ ଖଟିଆରେ ଶୋଇ ରକ୍ତଦାନ କରିଥିଲେ । ବିଧାୟକ ନିଜେ ରକ୍ତ ଦେଉଥିବା ଦେଖି ସେଠାରେ ଉପସ୍ଥିତ ଅନେକ କର୍ମୀ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ଚଢେଇଧରା ମୁକୁନ୍ଦପାତ୍ର ମହାବିଦ୍ୟାଳୟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୯ ଗୋଟି ପଂଚାୟତ ଲୋକେ ସାମିଲ ହୋଇଥିଲେ । ଏହି ଶିବିରରେ ଗଡମଧୁପୁର ପଂଚୟତରୁ ସର୍ବଧିକ ୧୫୬ ୟୁନିଟ ଏବଂ ବୃନ୍ଦାଦେଇପୁର ଓ କମାଗଡ ପଂଚାୟତରୁ ସର୍ବନୁମ୍ନ ୧୮ ୟୁନିଟ ମୋଟ ୭୦୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଜରକାସ୍ଥିତ ଧର୍ମଶାଳା ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଶିବିରରରେ ୧୦ ଗୋଟି ପଂଚାୟତ ସାମିଲ ହୋଇଥିଲେ । ଏହି ଶିବିରରେ କୁମାରୀ ପଂଚାୟତରୁ ସର୍ବାଧିକ ୧୮୦ ୟୁନିଟ ଓ ପାଖର ସର୍ବନିମ୍ନ ୩୦ ୟୁନିଟ ମୋଟ ୮୮୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଉଭୟ ଶିବିରରୁ ମୋଟ ୧୫୯୦ ୟୁନିଟ ରକ୍ତ ସଂଗ୍ରୃହିତ କରାଯାଇଛି । ଏହି ଶିବିରରେ ଜିଲ୍ଲା ବିଜେପି ସଭାପତି ଦେବଜାନୀ ପ୍ରଧାନ, ଧର୍ମଶାଳା ବ୍ଲକ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉଭୟ ସ୍ଥାନରେ ଅନୁଷ୍ଠିତ ଶିବିରକୁ ରାଜେଶ କୁମାର ପାଳ, ଜିତେନ୍ଦ୍ର ରାଉତ, ଶ୍ରୀବତ୍ସ ଧିର, ଆଲୋକ ଲେଙ୍କା, ଚନ୍ଦ୍ରମଣି ପଣ୍ଡିତ, ପ୍ରକାଶ ସାମଲ, ବିଶ୍ୱରଞ୍ଜନ ଜେନାମଣି, ରବିନ୍ଦ୍ର ବରାଳ, ସରପଂଚ ରବିନ୍ଦ୍ର ସେଠୀ, ସରପଂଚ ଅଶୋକ ପରିଡା,ସରପଂଚ ସୁଦାମ ବେହେରା, ହିମାଂଶୁ ମହାନ୍ତି, ରମେଶ ବେହେରା, ବିଶ୍ୱଜିତ ପୃଷ୍ଟି, ଗୌତମ ସାହୁ, ଅଂଶୁମାନ ରଥ ପ୍ରମୁଖ ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande