ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)
- ସ୍ଵଛତା ହିଁ
ସେବା। ଏହି ଅବସରରେ ବିଏମସି ପକ୍ଷରୁ ଆୟୋଜିତ ହୋଇଛି ଗଣ ସଫେଇ ଅଭିଯାନ। ଏକ ଦିନ, ଏକ ଘଣ୍ଟା, ଏକ ଏକାସାଥିରେ
ନାରା ଦେଇ ଶହ ଶହ ସଫେଇ କର୍ମଚାରୀ ଏକାଠି ହୋଇଛନ୍ତି। ପରିବେଶ ସ୍ୱଚ୍ଛ ରହିଲେ ଆମେ ସୁସ୍ଥ
ରହିବା। ଏହି ଆହ୍ୱାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଲିଙ୍ଗରାଜ ମନ୍ଦିର ଭଜନ ମଣ୍ଡପ ସମ୍ମୁଖରେ
ଗଣ ସଫେଇ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି ଗଣ ସଫେଇରେ ସାମିଲ ହୋଇଛନ୍ତି
ମୁଖ୍ୟମନ୍ତ୍ରୀ। ବୃକ୍ଷରୋପଣ କରିବା ସହ ଲିଙ୍ଗରାଜମନ୍ଦିର ସମ୍ମୁଖ ଦେବୀ ପାଦ ହରା ପୋଖରୀ
ସମ୍ମୁଖରେ ଝାଡୁ ମାରି ସଫେଇ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଘରୋଇ ବର୍ଜ୍ୟର ପୃଥକୀକରଣରେ
ଉନ୍ନତିଆଣିବା ଏବଂ ପୃଥକୀକରଣକୁ ମାନି ନିୟମିତ
ଓଦା ଶୁଖିଲା ବର୍ଜ୍ୟକୁ ପୃଥକ ଭାବେ ଦେଉଥିବା ପରିବାରଙ୍କୁ ପ୍ରଶଂସା କରିବା ସହିତ ଅନ୍ୟମାନେ
ବର୍ଜ୍ୟ ପୃଥକ କରିବା ପାଇଁଅନୁରୋଧ କରିଛନ୍ତି
ମୁଖ୍ୟମନ୍ତ୍ରୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା