ସମ୍ପ୍ରଦାୟ ଭିଭିକ ନେତୃତ୍ବକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ
ପୁରୀ, ୨୫ ସେପ୍ଟେମ୍ବର (ହି.ସ.)- ଗୁରୁବାର ପୂର୍ବାହ୍ନରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ହୋଟେଲ ଜମିଦାର ପ୍ୟାଲେସ୍, ପୁରୀ ପରିସରରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟଭିତ୍ତିକ ନେତୃତ୍ବକାରୀ
ସମ୍ପ୍ରଦାୟ ଭିଭିକ ନେତୃତ୍ବକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ


ପୁରୀ, ୨୫ ସେପ୍ଟେମ୍ବର (ହି.ସ.)- ଗୁରୁବାର ପୂର୍ବାହ୍ନରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ, ଓଡ଼ିଶା, କଟକ ଓ ନେଦରଲାଣ୍ଡ ସରକାରଙ୍କ ଦୂତାବାସର ମିଳିତ ଆନୁକୂଲ୍ୟରେ ହୋଟେଲ ଜମିଦାର ପ୍ୟାଲେସ୍, ପୁରୀ ପରିସରରେ ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାର ଘରୋଇ ହିଂସା ବିରୁଦ୍ଧରେ ସମ୍ପ୍ରଦାୟଭିତ୍ତିକ ନେତୃତ୍ବକାରୀ ଅଂଶୀଦାର ମାନଙ୍କ ସହିତ ଗୋଷ୍ଠୀ କେନ୍ଦ୍ରିତ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନଏଲ୍‌ୟୁ ଓ ର ପ୍ରକଳ୍ପ ପ୍ରବନ୍ଧକ ରାଜ କିଶୋର ପଣ୍ଡାସ୍ଥ ସ୍ବାଗତ ଭାଷଣ ଓ ଅତିଥି‌ ପରିଚୟ ପ୍ରଦାନ କରିଥିଲେ । ଏଥ‌ିରେ ପୁରୀ ଉପନିବନ୍ଧକ ତପନ କୁମାର ତରାଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ତନୁପ୍ରଭା ବେଉରା, ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ସହଯୋଗୀ ପ୍ରଫେସର ଡକ୍ଟର ବିଜୟ କୁମାର ସାହୁ, ପୋଲିସ୍ ବିଭାଗ, ପୁରୀ ଡିଏସପି ତିଳୋତ୍ତମା ରାଉତ ଓ ନୟାଗଡ ପୋଲିସ ଜିଲ୍ଲାର ଆଇଆଇସି କୁନାମଣୀ ଦେଇ ଏବଂ ମହିଳାଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଜିଲ୍ଲା ମହାସଂଘ ( ସଂୟ ସହାୟକ ଗୋଷ୍ଠୀ)ର ସଭାପତି, ସମ୍ପାଦିକା, ସରପଞ୍ଚ,ଅଙ୍ଗନୱାଡ଼ି ଦିଦି, ପରିବାର ପରାମର୍ଶ କେନ୍ଦ୍ର ସଂଯୋଜକ, ସଂଯୋଜିକା, ଜେଣ୍ଡର ସଂଯୋଜିକା, ମ୍ୟୁନିସିପାଲଟି ଗୋଷ୍ଠି ସଂଯୋଜିକା, ଏନଜିଓ ର ପ୍ରବନ୍ଧକ, ପ୍ରେରଣା ଦିଦି, ସମାଜ ସେବକ, ମନ୍ଦିର ପୂଜକ ପ୍ରମୁଖ ଯୋଗଦେଇ ସେମାନେ ନିଜେ ନିଜର ମତ ଉପସ୍ଥାପନ ରଖିଥିଲେ। ପାରିବାରିକ ହିଂସା ୨୦୦୫ ଓ ଯୌତୁକ ନିରୋଧ ଆଇନ ୧୯୬୧ ବିଷୟରେ ସବିଶେଷ ଧାରଣ ଦେବା ସହ ମହିଳା ସାକ୍ଷରତା, ସଶକ୍ତିକରଣ ଓ ସଚେତନତା ହିଁ ପରିବର୍ତ୍ତନ ଆଣିପାରିବ ବୋଲି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହିଳା ହିଂସାକୁ ରୋକିବାରେ ସହାୟତା ବଢାଇଥ‌ିବା ସମ୍ପ୍ରଦାୟ ମାନଙ୍କର ଭୂମିକା ଉପରେ ଆଲୋକପାତ କରିଥିଲେ । ମହିଳା ଆଇନ ସମ୍ଵନ୍ଧରେ ମହିଳାମାନେ ସଚେତନ ହେବା କେତେ ଜରୁରୀ ପ୍ରାଞ୍ଜଳ ଭାବେ ବୁଝାଇଥିଲେ। ଗବେଷଣାର ସାମ୍ପ୍ରତିକ ସମୟରେ ଆବଶ୍ୟକତା ଉପରେ ମୁଖ୍ୟ ଅତିଥି ନିଜର ମତବ୍ୟକ୍ତ ରଖିଥିଲେ । ବିଭିନ୍ନ ସ୍ତରରେ ମହିଳାଙ୍କ ପ୍ରତି ହେଉଥ‌ିବା ହିଂସା ଓ ଶୋଷଣ ବିରୋଧରେ ସୁରକ୍ଷା ଦେବା ସମସ୍ତଙ୍କର ଗୁରୁ ଦାୟିତ୍ଵ ଏବଂ ଏକ ଘରୋଇ ହିଂସା ମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ନାରୀ ନିଜର ସୁରକ୍ଷା ପାଇଁ ନିଜେ ସଚେତନ ନହେଲେ ସମାଜ ଠିକ୍ ଭାବରେ ଚାଲିପାରିବ ନାହିଁ ବୋଲି ପ୍ରକାଶ କରିଥିଲେ । ମହିଳାଙ୍କ ପାଇଁ ସରକାରଙ୍କ ଦ୍ବାରା ପ୍ରଣୀତ ବିଭିନ୍ନ ଯୋଜନା ଓ ସଂରକ୍ଷଣ ସୁବିଧାର ଲାଭ ଉଠାଇ ନିଜ ନିଜର ଆତ୍ମନିର୍ଭରଶୀଳତା ବଢ଼ାନ୍ତୁ ଓ ସମାଜ ପାଇଁ ଉଦାହରଣ ସାଜନ୍ତୁ ବୋଲି ପରାମର୍ଶ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର ଅତିଥିମାନଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଏନଏଲୟୁ ଓ ର ପ୍ରକଳ୍ପ ପ୍ରବନ୍ଧକ ସୁଧାଂଶୁ ଭୂଷଣ ମହାରଣା, ରାଜକିଶୋର ପଣ୍ଡା, ବିବରଣୀ ଲେଖକ ଶଶି ଭୂଷଣ କର ପରିଚାଳନା କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande