ୟୁକୋ ବ୍ୟାଙ୍କ ସମ୍ମୁଖରେ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଧର୍ମଶାଳା,୨୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ୟୁକୋବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଟଙ୍କା ହରାଇଥିବା ଗ୍ରାହକମାନେ ଆଜି ଅସନ୍ତୋଷ ପ୍ରକାଶ କରି ନାରାବାଜି ଦେଇଥିଲେ । ତେବେ ବ୍ୟାଙ୍କ କତୃପକ୍ଷ ଓ ପୁଲିସର ହାସ୍ତକ୍ଷେପ ପରେ ଜମାକାରୀମାନେ ଆନ୍ଦୋଳନରୁ
ୟୁକୋ ବ୍ୟାଙ୍କ ସମ୍ମୁଖରେ ଜମାକାରୀଙ୍କ ବିକ୍ଷୋଭ ପ୍ରଦର୍ଶନ


ଧର୍ମଶାଳା,୨୫ସେପ୍ଟେମ୍ବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜାରକାସ୍ଥିତ ୟୁକୋବ୍ୟାଙ୍କ ସମ୍ମୁଖରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ୱାରା ଟଙ୍କା ହରାଇଥିବା ଗ୍ରାହକମାନେ ଆଜି ଅସନ୍ତୋଷ ପ୍ରକାଶ କରି ନାରାବାଜି ଦେଇଥିଲେ । ତେବେ ବ୍ୟାଙ୍କ କତୃପକ୍ଷ ଓ ପୁଲିସର ହାସ୍ତକ୍ଷେପ ପରେ ଜମାକାରୀମାନେ ଆନ୍ଦୋଳନରୁ ଓହରିଥିଲେ । ସୂଚନା ମୁତାବକ ଜାରକାସ୍ଥିତ ଧର୍ମଶାଳା ୟୁକୋବ୍ୟାଙ୍କରେ କେତେକ ଗ୍ରାହକ ଲକ୍ଷାଧିକ ଟଙ୍କ ଜମା ରଖିଥିଲେ । ହେଲେ ଏହି ଟଙ୍କାକୁ ବ୍ୟାଙ୍କରେ ଅଣ କର୍ମଚାରୀ ଭାବେ କାର୍ଯ୍ୟକରୁଥିବା ଜଣେ କର୍ମଚାରୀ ଗ୍ରାହାକଙ୍କ ଜମା ଟଙ୍କା ହଡପ କରିନେଇଥିବା ଅଭିଯୋଗ ହୋଇଛି । ନିଜର ଜମାଟଙ୍କା ଫେରି ପାଇବା ଦାବିରେ କିଛିଦିନ ତଳେ ଗ୍ରାହକମାନେ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ସେପ୍ଟେମ୍ବର ୨୫ ତାରିଖ ସୁଦ୍ଧା ଗ୍ରାହକମାନଙ୍କ ସମସ୍ୟା ସମାଧାନ କରାଯିବ ବୋଲି ବ୍ୟାଙ୍କ କତୃପକ୍ଷ ପ୍ରତିଶ୍ରୃତି ି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଆଜି ୨୫ ତାରିଖ ହୋଇଥିବା ବେଳେ ବ୍ୟାଙ୍କ କତୃପକ୍ଷ ଗ୍ରାହକମାନଙ୍କ ହଡପ ହୋଇଥିବା ଟଙ୍କା ଫେରାଇବାରେ ବିଫଳ ହେବାରୁ ଆଜି ପୁଣି ଟଙ୍କା ଜମାକାରୀମାନେ ବ୍ୟାଙ୍କ ସମ୍ମୁଖରେ ରୁଣ୍ଡ ହୋଇ ନାରାବାଜି ଦେଇଥିଲେ । ଖବର ପାଇ ଧର୍ମଶାଳା ପୁଲିସ ସେଠାରେ ପହଁଚି ବ୍ୟାଙ୍କ ଶାଖା ପ୍ରବନ୍ଧକଙ୍କ ସହ ଗ୍ରାହକମାନଙ୍କୁ ବୁଝାସୁଝା କରିବା ସହ କାର୍ଯ୍ୟାନୁଷ୍ଠାନ ପ୍ରତିଶ୍ରୃତି ଦେଇଥିଲେ ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande