ବ୍ଲକ ସମ୍ମୁଖରେ ଧାରଣା ରେ ବସିଥିବା ସିଆରପି, ଏମବିକେ କୁ ନେଇ ବିଜେଡ଼ି ଓ ବିପିଏମ ମଧ୍ୟ ରେ କଥା କଟାକଟି
ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଧାମନଗର ବ୍ଲକ ସମ୍ମୁଖ ରେ ମଙ୍ଗଳବାର ଠାରୁ ବିଭିନ୍ନ ଦାବି ନେଇ ରାଜ୍ୟ ସଂଘ୍ ନିଷ୍ପତି ଅନୁଯାଇ ସି ଆର ପି, ଏମ ବି କେ ଓ ବ୍ୟାଙ୍କ ମିତ୍ର ମାନେ ଧାରଣା ବସି ସେମାନଙ୍କ ହକ ପାଇଁ ଦାବିକରି ଚାଲିଛନ୍ତି। ଭୋକ ଉପାସ ଏହି ଧାରଣା ରେ ବସିଛନ୍ତି । ପୁର୍ବ ସରକାର ଦେଇଥିବା ଚ
dhamnagar block dharana


ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଧାମନଗର ବ୍ଲକ ସମ୍ମୁଖ ରେ ମଙ୍ଗଳବାର ଠାରୁ ବିଭିନ୍ନ ଦାବି ନେଇ ରାଜ୍ୟ ସଂଘ୍ ନିଷ୍ପତି ଅନୁଯାଇ ସି ଆର ପି, ଏମ ବି କେ ଓ ବ୍ୟାଙ୍କ ମିତ୍ର ମାନେ ଧାରଣା ବସି ସେମାନଙ୍କ ହକ ପାଇଁ ଦାବିକରି ଚାଲିଛନ୍ତି। ଭୋକ ଉପାସ ଏହି ଧାରଣା ରେ ବସିଛନ୍ତି । ପୁର୍ବ ସରକାର ଦେଇଥିବା ଚାକିରି କୁ ଏ ସରକାର ଚାକିରିରୁ ବାହାର କରିଦେବା ପାଇଁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ମଧ୍ୟ କରୁଛନ୍ତି ।ତେବେ ଏହି ଧାରଣା ଜାରି ରହିଥିବା ବେଳେ ବି ପିଏମମିନତି ସାମଲ ହଠାତ ଧାରଣା ସ୍ଥଳ କୁ ଆସି ସେମାନଙ୍କୁ ଭୟଭୀତ କରିବା ସହ ହାତ ଟାଣି ଧାରଣା ରୁ ଉଠାଇ ବାକୁ ଉଦ୍ୟମ କରୁଥିଲେ ଏହି ସମୟ ରେ ବିଜୁ ଜନତା ଦଳ ର ବ୍ଲକ ସଭାପତି ପ୍ରତାପ ସାମଲ, ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ଅଶୋକ କୁମାର ନାୟକ,ବିଜୁ ଯୁବ ଜନତା ଦଳ ର ବ୍ଲକ ସଭାପତି ଭାରତ ବିଜୟ ଦଳାଇ ,ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ ବ୍ଲକ ରୁ କାମ ସାରି ଫେରୁ ଥିବାବେଳେ ଏପରି ଘଟଣା ଦେଖି ବିପିଏମ ଙ୍କ ଏପରି କାର୍ଯ୍ୟ ଦେଖି ସେମାନେ ବିରିଧକରିଥିଲେ । ସେମାନଙ୍କ ଉଚିତି ନ୍ୟାୟ ପାଇଁ ଧାରଣା ରେ ବସିଛନ୍ତିସେମାନଙ୍କୁ ଏପରି ଭୟଭୀତ କରିବା ସହ ଧମକେଇବା କେତେ ଦୁରୁ ଠିକ ବୋଲି ବିଜେଡି ନେତା ମାନେ କହିବାରୁ ସେମାନଙ୍କୁ ବିପିଏମ ତମେ କିଏ ବୋଲି କହି ନାଲି ଆଖି ଦେଖାଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟ ରେ କିଛି ସମୟ ଉଚ୍ଚ ବାଚ ଓ କଥା କଟାକଟି ହୋଇ ଥିଲା। ଏପରି କି ଘଟଣା ସ୍ଥଳ ରୁ ବି ପି ଏମ ଛାଡି ପଳାଇ ଆସିଥିଲେ । ବି ପି ଏମ ଙ୍କ ଅଫିସ ରେ ଉଭୟ ଙ୍କ ମଧ୍ୟ ରେ ଆଲୋଚନା ପରେ ମୁଁ ଜାଣି ନଥିବାରୁ ତମେ କିଏ ବୋଲି କହି ଦେଇଥିଲି କହି କଥା କୁ ଏଡ଼ାଇ ଦେଇଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

---------------

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande