ନୂଆଦିଲ୍ଲୀ, 25 ସେପ୍ଟେମ୍ବର (ହି.ସ.)- ଦୀନଦୟାଲ ଉପାଧ୍ୟାୟ
ପାର୍କ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ମୋ
ପରି କୋଟି-କୋଟି କାର୍ଯ୍ୟକର୍ତ୍ତାଙ୍କର ପଥ-ପ୍ରଦର୍ଶକ, ଶ୍ରଦ୍ଧେୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଜୟନ୍ତୀ ଅବସରରେ,
ମୁଁ ଦୀନଦୟାଲ ଉପାଧ୍ୟାୟ ପାର୍କ ସ୍ଥିତ ତାଙ୍କର ପ୍ରତିମୂର୍ତ୍ତିରେ
ପୁଷ୍ପାଞ୍ଜଳି ଅର୍ପଣ କଲି ।
ଭାରତୀୟ ରାଜନୀତିରେ ଏକାତ୍ମ
ମାନବବାଦ ଓ ଅନ୍ତ୍ୟୋଦୟ ପରି ଉନ୍ନତ ଚିନ୍ତାଧାରା ମାଧ୍ୟମରେ ଶ୍ରଦ୍ଧେୟ ଦୀନଦୟାଲ ଉପାଧ୍ୟାୟ ଜୀ
ସମାଜକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ। ସେମାନେ ବିଶ୍ୱାସ କରୁଥିଲେ ଯେ ସମାଜର ନିଜସ୍ୱ ଉନ୍ନତି ସେତେବେଳେ ସମ୍ଭବ,
ଯେତେବେଳେ ବିକାଶ ଓ କଲ୍ୟାଣର ଲାଭ ସମାଜର ଶେଷ ଲୋକ
ପର୍ଯ୍ୟନ୍ତ ପହଞ୍ଚିପାରିବ।
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ
ଜୀଙ୍କ ଅବଦାନ ଭାରତୀୟ ରାଜନୀତି ଓ ସମାଜ ପାଇଁ ଅବିସ୍ମରଣୀୟ ରହିବ,
ଏବଂ ତାଙ୍କର ଦୃଷ୍ଟି ସର୍ବଦା ଆମକୁ ଏକ ଶକ୍ତିଶାଳୀ,
ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ତିଆରି କରିବା ପାଇଁ
ପ୍ରେରଣା ଦେଉଥିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା