ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ପ୍ରଶାସନ, ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟର (ଡିପିଏମଇଉ ) “ନିପୁଣ ଓଡ଼ିଶା ମିଶନ”ର ତ୍ରୈମାସିକ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଥିବା ସଦଭାବନା ସଭା ଗୃହରେ ଅପରାହ୍ନ ୪ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାପାଳ ଦିଲିପ ରାଉତରାଏ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ ଦତ୍ତ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ-ତଥା-ଲୋକ ସ୍ୱାସ୍ଥ୍ୟ ଅଧିକାରୀ ଡ଼ ସୁଧିର ରଞ୍ଜନ ନାୟକ, ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲାପରିଷଦ ଧନାଇ ଚରଣ ଟୁଡୁ, , ଡେପୁଟି କଲେକ୍ଟର (ବିଚାର) ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଲ, ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ ଜଗବନ୍ଧୁ ସାହୁ ,ଅଧ୍ୟକ୍ଷ ଜିଲ୍ଲା ଶିକ୍ଷା ପ୍ରାଶିକ୍ଷଣ ପ୍ରତିଷ୍ଠାନ,ଭଦ୍ରକ ଡ଼ କାର୍ତ୍ତିକେଶ୍ୱର ରାଉଳ, ଅନ୍ୟାନ୍ୟ ଜିଲ୍ଲା ସ୍ଥରୀୟ ଅଧିକାରୀ ଓ ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ନିପୁଣ ଓଡ଼ିଶା ମିଶନରେ କିପରି ଭାବେ ତୃଣାମୂଳ ସ୍ଥରରେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଛାତ୍ର ଓ ଛାତ୍ରୀ ମାନଙ୍କର ଗୁଣର ମାନଦଣ୍ଡକୁ ବିକାଶ କରିହେବ ସେଦିଗରେ ଆଲୋଚନା କରାଯାଇଥିଲା । ପ୍ରାଥମିକ ସ୍ତରରେ ଉକ୍ତ ଯୋଜନାରେ ଜିଲ୍ଲାର ଅତି କମରେ ଶତକଡା ୬୦ ଭାଗ ଛାତ୍ର ଓ ଛାତ୍ରୀ ମାନଙ୍କର ଶିକ୍ଷାର ମାନକୁ ଗୁଣାତ୍ମତକ ବିକାଶ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଛି । ତୃଣମୂଳ ସ୍ଥରରେ “ଶିଶୁ ବାଟିକା” ର କାର୍ଯ୍ୟାନ୍ୱୟନ କୁ ନିପୁଣ ଓଡ଼ିଶା ମିଶନ ଜରୀଆରେ ତ୍ୱରାନ୍ନିତ ଓ ଗୁଣାତ୍ମକ କରିବାପାଇଁ ଆଲୋଚନା କରାଯାଇଥିଲା । ଏହା ବ୍ୟତୀତ ପୂର୍ବ ଜୁଲାଇ ମାସର ମାସିକ କ୍ଲଷ୍ଟର ସଭାର ବିବରଣୀ ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ (ଡିପିଏମଇଉ )ରେ ମାଷ୍ଟର ପ୍ଲାନ ରେ ଆସୁଥିବା ଅର୍ଥର କିପରି ସୁ-ବିନିଯୋଗ କରାଯାଇ ପାରିବ ସେ ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ଶିକ୍ଷା ସୋପାନ ରେ ଆସେସମେଣ୍ଟ ରେଜିସ୍ଟରର ବିତରଣ ଓ ପ୍ରଥମ ,ଦ୍ୱିତୀଯ ଏବଂ ତୃତୀୟ ଶ୍ରେଣୀରେ ଷ୍ଟେସନାରୀ ବିତରଣର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା । ଜିଲ୍ଲାର ସମସ୍ଥ ଜିଲ୍ଲା ସ୍ତରୀୟ ଅଧିକାରୀ ତଥା ସିଡିପିଓ,ବିଇଓ, ଏ୍ୱି ଇ ଓ, ସି ଆର ସି ସି ଙ୍କୁ “ନିପୁଣ ଓଡ଼ିଶା ମିଶନ”ରେ ଗୋଟିଏ ଗୋଟିଏ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ସ୍କୁଲ ଭାବରେ ଦାୟିତ୍ୱ ଦେବା ପାଇଁ ଜିଲ୍ଲାପାଳ ନିଷ୍ପତି ନେଇଥିଲେ । ପୋଷ୍ୟ ସ୍କୁଲ ଗ୍ରହଣ କରିଥିବା ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ନିଜ ଦାଇତ୍ୱ ରେ ଥିବା ସ୍କୁଲ ମାନଙ୍କର ସର୍ବାଙ୍ଗୀନ ଉନ୍ନତିର ଦାଇତ୍ୱ ନେବେ ଯଥା: ବିଦ୍ୟାଳୟର ପାରିପାର୍ଶ୍ୱିକ ଉନ୍ନତି, ଶ୍ରେଣୀ ଗୃହର ଉନ୍ନତି, ଶିକ୍ଷାଦାନର ମାନଦଣ୍ଡ ଗୁଣାତ୍ମତକ ଉନ୍ନତି, ଛାତ୍ର ଛାତ୍ରୀ ମାନଙ୍କର ଗୁଣାତ୍ମତକ ଉନ୍ନତି ଇତ୍ୟାଦି ଉପରେ ଧ୍ୟାନ ଦେବା ସହ ମଝିରେ ମଝିରେ ଏ ବାବଦରେ ସମୀକ୍ଷ। କରିବେ । ଏହା ପରେ ଫାଉଣ୍ଡେସନ ଲିଟର୍ସି ଏଣ୍ଡ ନିଉ ମେରେସୀ ' ଏଫ ଏଲ ଏନ' ଶ୍ରେଣୀ ଗୃହ ର ସ୍ଥିତି ଉପରେ ଆଲୋଚନା କରାଯାଇଥିଲା ।ସର୍ବଶେଷରେ ଫାଉଣ୍ଡେସନ ଲିଟର୍ସି ଏଣ୍ଡ ନିଉ ମେରେସୀ ' ଏଫ ଏଲ ଏନ' ପ୍ରୋଲଗ ପୁସ୍ତିକାର ଉନ୍ମୋଚନ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ