ଧର୍ମଶାଳା,୨୫ ସେପ୍ଟେମ୍ବର(ହି.ସ.) - ଓଡିଶା ପ୍ରାଥମିକ ଶିକ୍ଷା ପ୍ରକଳ୍ପ (ଓପେସା)ର ଯୁଗ୍ମ ନିର୍ଦ୍ଦେଶିକା ସୁଶ୍ରୀ ସୁଜାତା ପଣ୍ଡା ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦାସ୍ଥ ହାଜିରହିମିଆଁ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ । ସେ ବିଦ୍ୟାଳୟର ବିଭିନ୍ନ ଶାସନୀୟ ଓ ପାଠ୍ୟକ୍ରମୀୟ କାର୍ଯ୍ୟ ସହିତ ସହପାଠ୍ୟ କ୍ରମୀୟକାର୍ଯ୍ୟକଳାପକୁ ଗଭୀରତାର ସହିତ ପରିଦର୍ଶନ କରିଥିଲେ । ପ୍ରଥମେ ସେ ‘ଆସ ସ୍କୁଲ ଯିବା’ ଅଭିଯାନ ଅଭିଯୋଗ ବକ୍ସ ଓ ଉପସ୍ଥାପନ ରେକର୍ଡ ଯାଂଚ କରିଥିଲେ । ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ପରୀକ୍ଷା କରିବା ପରେ ସ୍ମାର୍ଟ କ୍ଲାସ୍ ରୁମ୍ ,ଇ-ଲାଇବ୍ରେରୀ,ଇ -ଲାବରେଟେରୀ,ମୌଳିକ ଭାଷା ଜ୍ଞାନ ପାଠ୍ର୍ରକମ,ପାଠ ଡାଏରୀ ସମେତ ବିଦ୍ୟାଳୟ ପରିସର ଭିତର ଓ ବାହାରେ ଥିବା ପରିସ୍କାରତା,ସୁରକ୍ଷା,ଛାତ୍ରଛାତ୍ରୀ ଓ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦିଷ୍ଟ ଶୌଚାଳୟ,ପାନୀୟ ଜଳ ସୁବିଧା,ଖେଳ ପଡିଆ,ବିଦ୍ୟାଳୟ ବଗିଚା,ଆକାକ୍ଷୀଂ ପାଠ୍ୟକ୍ରମ ଓ ବାଳିକା ଆତ୍ମରକ୍ଷା ଶିକ୍ଷା କାର୍ଯ୍ୟକ୍ରମକୁ ଦେଖି ସନ୍ତୋଷ ପ୍ରକାଶ କରିଥିଲେ । ପରିଦର୍ଶନ ସମୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଂଜନ ବିଶ୍ୱାଳ,ବରିଷ୍ଠ ଶିକ୍ଷୟିତ୍ରୀ ଶୁଭଶ୍ରୀ ସାହୁ ଓ ସମସ୍ତ ଶିକ୍ଷାକର୍ମୀଚାରୀ ଓ ବିଦ୍ୟାଳୟ କାର୍ଯ୍ୟାଳୟ ସହାୟକ ସମୀର କୁମାର ପରିଡାଙ୍କ ସହିତ ବିଦ୍ୟାଳୟ ସମ୍ପର୍କୀତ କାର୍ଯ୍ୟକଳାପ ଉପରେ ଆଲୋଚନା କରିଥିଲେ । ମୁଁ ଅଚାନକ ବିଦ୍ୟାଳୟକୁ ପରିଦର୍ଶନରେ ଆସି ପରିବେଶର ଶୃଙ୍ଖଳା,ପରିସ୍କାର ପରିଚ୍ଛନ୍ନତା ଓ ଶିକ୍ଷାର ଗୁଣାବତାକୁ ଉଚ୍ଚ ପ୍ରଶାଂସା କରିବା ସହିତ ଶିକ୍ଷାଳୟରେ ଏକ ସକରାତ୍ମକ ଉତ୍ସାହ ଦେଖା ଦେଇଛି ବୋଲି ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତି ପଣ୍ଡା ତାଙ୍କ ପତିକ୍ରୀୟାରେ କହିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ