ଭଦ୍ରକ, ୨୫ ସେପ୍ଟେମ୍ବର (ହି.ସ.) - ଭାରତୀୟ ଜନତା ପାର୍ଟି ଭଦ୍ରକ ଜିଲ୍ଲା କାର୍ଯ୍ୟାଳୟଠାରେ ଜନ ସଂଘର ପ୍ରତିଷ୍ଠାତା ଦିନ ଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜନ୍ମ ଜୟନ୍ତୀ ଓ ଆତ୍ମନିର୍ଭରଶୀଳ ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମର ଶୁଭ ଉଦ୍ଘାଟନ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଭଗବାନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଭାପତି ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ, ଯୁବ ନେତା ବାଣି କଲ୍ୟାଣ ମହାନ୍ତି, ପୂର୍ବତନ ଜିଲ୍ଲା ସଭାପତି ତଥା ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ଜିଲ୍ଲା ସଂଯୋଜକ ଅକ୍ଷୟ ସାହୁ, ଓମ୍ ପ୍ରକାଶ ରାୟ, ଅମୂଲ୍ୟ ନାୟକ ପ୍ରଭୃତି ମଂଚାସୀନ ରହି ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଜୀବନ ଦର୍ଶନ, ଏକାତ୍ମ ମାନବବାଦ, ସ୍ୱଦେଶୀ ଚିନ୍ତନ ସମ୍ପର୍କରେ ଆଲୋଚନା କରିବା ସହ ଆତ୍ମ ନିର୍ଭର ଭାରତ ସଂକଳ୍ପ ଅଭିଯାନ ଯାହା ଆଜି ଦିନଦୟାଲ ଜୟନ୍ତୀ ଠାରୁ ଡିସେମ୍ବର ୨୫ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ସଚେତନତା, ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉତ୍ପାଦନକୁ ଗୁରୁତ୍ୱ ଦେବାକୁ କହିଥିଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପାଣି, କମଳା ସୂତାର, ଅଶୋକ ସାହୁ, ତପନ ମହାନ୍ତି, ଅଜୟ ନାୟକ, ମଳୟ ଜେନା, ରାଜଶ୍ରୀ ପ୍ରଧାନ, ମମତାମୟୀ ବେହେରା, ଅନୀଲ ବେହେରା, ସୁଶାନ୍ତ ପଣ୍ଡା, ସୀତାରାମ ସେଠୀ, ସରୋଜ ରାଉତ, ସନ୍ତୋଷ ଲେଙ୍କା ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଏହି ଅବସରରେ ଆଜି ପ୍ରାତଃରେ ବନ୍ତ ଛକ ବସ୍ ଷ୍ଟାଣ୍ଡରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଓ ପାର୍ଟି ଜିଲ୍ଲା କାର୍ଯ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
---------------
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ