ଲାଂଚ ନେଲାବେଳେ ଧରାପଡିଲେ ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର, ଘରୁ 9.53 ଲକ୍ଷ ଟଙ୍କା ନଗଦ ବେଆଇନ ଧନ ଜବତ
ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.) ଓଡ଼ିଶା ଭିଜିଲାନ୍ସ ବିଭାଗ ବୁଧବାର ବିଳମ୍ବିତ ରାତ୍ରୀରେ ଟିପିସିଓଡିଏଲ, ଭୁବନେଶ୍ୱର ସର୍କିଲ୍-I ର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ତୁଷାରକାନ୍ତ ରାୟଙ୍କୁ 20,000 ଟଙ୍କା ଲାଂଚ ନେଉଥିବା ସମୟରେ ଧରିଛି । ଜଣେ ଠିକା
ଲାଂଚ ନେଲାବେଳେ ଧରାପଡିଲେ     ଟିପିସିଓଡିଏଲର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର, ଘରୁ 9.53 ଲକ୍ଷ ଟଙ୍କା ନଗଦ ବେଆଇନ ଧନ ଜବତ


ଭୁବନେଶ୍ୱର, 25 ସେପ୍ଟେମ୍ବର (ହି.ସ.)

ଓଡ଼ିଶା ଭିଜିଲାନ୍ସ ବିଭାଗ ବୁଧବାର

ବିଳମ୍ବିତ ରାତ୍ରୀରେ ଟିପିସିଓଡିଏଲ,

ଭୁବନେଶ୍ୱର ସର୍କିଲ୍-I

ର କାର୍ଯ୍ୟନିର୍ବାହୀ ଇଞ୍ଜିନିୟର ତୁଷାରକାନ୍ତ

ରାୟଙ୍କୁ 20,000 ଟଙ୍କା ଲାଂଚ

ନେଉଥିବା ସମୟରେ ଧରିଛି । ଜଣେ ଠିକାଦାରଙ୍କୁ

ଆପାର୍ଟମେଣ୍ଟ ଭବନରେ ପ୍ରତିଷ୍ଠାପିତ ଟ୍ରାନ୍ସଫର୍ମରକୁ ବିଦ୍ୟୁତ୍ ଯୋଗାଣ ପାଇଁ ଅନ୍ତିମ

ନିରୀକ୍ଷଣ ରିପୋର୍ଟ ଜାରି କରିବା ପାଇଁ ସେ ଏହି ଲାଂଚ ମାଗିଥିଲେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି

ଜରିଆରେ ଏହି ସୂଚନା ଦିଆଯାଇଛି ।

ବିଭାଗ ପକ୍ଷରୁ ଦିଆଯାଇଥିବା

ସୂଚନା ଅନୁସାରେ ଅଭିଯୋଗକାରୀ ଠିକାଦାର ଗତ ଦୁଇ

ମାସ ଧରି ଇଞ୍ଜିନିୟର ରାୟଙ୍କୁ ରିପୋର୍ଟ ପ୍ରଦାନ

କରିବାକୁ ଅନୁରୋଧ କରୁଥିଲେ। କିନ୍ତୁ ରାୟ ଏହି

କାମ ପାଇଁ 20,000 ଟଙ୍କା ଲାଂଚ ଦାବି

କରିଥିଲେ। ଶେଷରେ ବାଧ୍ୟ ହୋଇ ଠିକାଦାର ଜଣଙ୍କ ଭିଜିଲାନ୍ସ ବିଭାଗ ସହ ଯୋଗାଯୋଗ କରି ଏ ସମ୍ପର୍କରେ ଅଭିଯୋଗ

କରିଥିଲେ ।

ଏହା ପରେ ତାଙ୍କୁ ଧରିବା

ପାଇଁ ଜାଲ ବିଛା ଯାଇଥିଲା । ପୂର୍ବ ନିର୍ଧାରିତ ଯୋଜନା ଅନୁଯାୟୀ,

ରାୟ ଅଭିଯୋଗକାରୀଙ୍କୁ ତାଙ୍କ ଘରକୁ ଡାକି ପାଖରେ ଥିବା ପାର୍କରେ ଟଙ୍କା ଦେବାକୁ କହିଥିଲେ।

ଅଭିଯୋଗକାରୀ ଟଙ୍କା ଦେବା ସହିତେ, ଭିଜିଲାନ୍ସ ଟିମ୍ ଘଟଣା ସ୍ଥଳରେ ହିଁ

ତାଙ୍କୁ ଲାଂଚ ନେଉଥିବା ଅବସ୍ଥାରେ

ଧରିଥିଲା। ସମ୍ପୂର୍ଣ୍ଣ ଲାଂଚ ରାଶି ଅଭିଯୁକ୍ତ ଇଞ୍ଜିନିୟରଙ୍କୁଠାରୁ ଜବତ କରାଯାଇଛି।

ସଫଳ ଟ୍ରାପ ପରେ,

ଭିଜିଲାନ୍ସ ଦଳ ଅଭିଯୁକ୍ତଙ୍କ 3ଟି ସ୍ଥାନରେ ସମାନ୍ତରାଳ ଭାବେ

ଚଢାଉ ଚଳାଇଥିଲା। ରାତିରୁ ସକାଳ ପର୍ଯ୍ୟନ୍ତ ଚାଲିଥିବା ତଲାଶିରେ ରାୟଙ୍କ ଆବାସରୁ 9,53,200

ନଗଦ ଟଙ୍କା ଉଦ୍ଧାର ହୋଇ ଜବତ ହୋଇଥିବା ଭିଜିଲାନ୍ସ

ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande