ବଲାଙ୍ଗିରର ଅଟଳ ଦାଶ ଓସିଏସ୍‌ ପାଇଲେ
ବଲାଙ୍ଗିର, 27 ସେପ୍ଟେମ୍ବର (ହି.ସ.) ଗତକାଲି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଫଳ ପ୍ରକାଶ ପାଇଛି। ଏଥିରେ ବଲାଙ୍ଗିରର ଅଟଳ ଦାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ପାସ ହୋଇଛନ୍ତ । ସେ ମାଲପଡା ନିବାସୀ ରାମ ଦାଶ ଓ ଅନୟା ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଅଟଳ ଭୁବନେଶ୍ୱର ସ୍ଥିତ ବିଜେବି କଲ
ବଲାଙ୍ଗିରର ଅଟଳ ଦାଶ ଓସିଏସ୍‌ ପାଇଲେ


ବଲାଙ୍ଗିର, 27 ସେପ୍ଟେମ୍ବର (ହି.ସ.)

ଗତକାଲି ଓଡ଼ିଶା ପ୍ରଶାସନିକ ସେବା ପାଇଁ ଫଳ ପ୍ରକାଶ ପାଇଛି। ଏଥିରେ ବଲାଙ୍ଗିରର ଅଟଳ ଦାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ପାସ ହୋଇଛନ୍ତ । ସେ ମାଲପଡା ନିବାସୀ ରାମ ଦାଶ ଓ ଅନୟା ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଅଟଳ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ଗ୍ରାଜୁଏସନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମାଜିକ ବିଜ୍ଞାନରେ ପିଜି କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଆଇନ ପାଠ ପଢୁଛନ୍ତି । ଓପିଏସ୍‌ସି ପରୀକ୍ଷା ଦେଇ କୃତକାର୍ଯ୍ୟ ହେବା ପରେ ଅଟଳ ତାଙ୍କର ଶିକ୍ଷକ ଓ ପରିବାର ବର୍ଗଙ୍କୁ ଶ୍ରେୟ ଦେଇଛନ୍ତି । ଖବର ପ୍ରସାରିତ ହେବା ପରେ ଶ୍ରୀ ଦାଶଙ୍କ ପରିବାର ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande