ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ ପର୍ଯ୍ୟଟନ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ବିଶ୍ୱ ପର୍ଯ୍ୟଟନ ଦିବସର ହାର୍ଦ୍ଦିକ ଶୁଭେଚ୍ଛା! ଆମ ରାଜ୍ୟ ଓଡ଼ିଶା; ସମୃଦ୍ଧ ଐତିହ୍ୟ, ଅନନ୍ୟ କଳା ଓ ଅସୁମାରୀ ପ୍ରାକୃତିକ ସୌନ୍ଦର୍ଯ୍ୟର ଭୂମି। ଓଡ଼ିଶାକୁ ବୈଶ୍ବିକ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଆମର ଲକ୍ଷ୍ୟ। ଆସନ୍ତୁ, ଆମ ପର୍ଯ୍ୟଟନସ୍ଥଳୀମାନଙ୍କରେ ସ୍ୱଚ୍ଛତା ଓ ସଂରକ୍ଷଣକୁ ପ୍ରାଥମିକତା ଦେଇ ଏହାର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ