କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ସିଂହଲଙ୍କୁ ଜୟନ୍ତୀରେ ଜଣାଇଲେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୟନ୍ତୀରେ ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ଅଶୋକ ସିଂହଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ଏବଂ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ
କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଶୋକ ସିଂହଲଙ୍କୁ ଜୟନ୍ତୀରେ ଜଣାଇଲେ ଶ୍ରଦ୍ଧାଞ୍ଜଳି


ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.) । କେନ୍ଦ୍ରୀୟ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜୟନ୍ତୀରେ ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ଅଶୋକ ସିଂହଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସେ ସୋସିଆଲ ମିଡିଆରେ ଲେଖିଛନ୍ତି, “ରାମ ଜନ୍ମଭୂମି ଆନ୍ଦୋଳନର ପୁରୋଧା ଏବଂ ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ, ଶ୍ରଦ୍ଧେୟ ଅଶୋକ ସିଂହଲ ଜୀଙ୍କୁ ତାଙ୍କ ଜୟନ୍ତୀରେ ନମନ କରୁଛି । ଅନନ୍ୟ ରାମଭକ୍ତ ଶ୍ରଦ୍ଧେୟ ଅଶୋକ ସିଂହଲ ଜୀଙ୍କର ରାମ ଜନ୍ମଭୂମି ଆନ୍ଦୋଳନ ପାଇଁ ସଂଘର୍ଷ କେବଳ ଐତିହାସିକ ନୁହେଁ, ସମାଜର ପ୍ରତ୍ୟେକ ବର୍ଗରେ ଧାର୍ମିକ ଏବଂ ସାଂସ୍କୃତିକ ସଚେତନତାର ସଂଚାର କରିଥିଲା । ତାଙ୍କ ଜୀବନ ତ୍ୟାଗ, ତପସ୍ୟା ଏବଂ ଦୃଢ଼ ସଙ୍କଳ୍ପର ଜୀବନ୍ତ ଉଦାହରଣ ଥିଲା । ଜାତି ଓ ଧର୍ମ ପ୍ରତି ଅଶୋକ ସିଂହଲ ଜୀଙ୍କର ଅମୂଲ୍ୟ ଅବଦାନ ସର୍ବଦା ସମସ୍ତଙ୍କ ହୃଦୟରେ ଅକ୍ଷୁର୍ଣ ହୋଇ ରହିବ ।”

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande