ଭୁବନେଶ୍ୱର, 27 ସେପ୍ଟେମ୍ବର (ହି.ସ.)- ମହାନ
ଭାଷାବିତ୍ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କୁ ସ୍ମୃତିଚାରଣ କରିଛନ୍ତି ବିରୋଧୀ ଦଳ ନେତା ନବୀନ
ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ କହିଛନ୍ତି ଯେ, ମହାନ ଭାଷାବିତ୍ ଗୋପାଳ
ଚନ୍ଦ୍ର ପ୍ରହରାଜଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ରଚିତ ପୂର୍ଣ୍ଣଚନ୍ଦ୍ର
ଓଡ଼ିଆ ଭାଷାକୋଷ ଏକ ଅନନ୍ୟ କୃତି। ଓଡ଼ିଆ ଭାଷା ତଥା ଲୋକସାହିତ୍ୟକୁ ସମୃଦ୍ଧ କରିବା ଦିଗରେ
ତାଙ୍କର ଅବଦାନ କାଳଜୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା