ଭୁବନେଶ୍ୱର, ୨୭ ସେପ୍ଟେମ୍ବର (ହି.ସ.)-ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ପ୍ରତିଭାମାନଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଶ୍ରୀମତୀ ପରିଡା ଲେଖିଛନ୍ତି ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ମିଟେଇପୁର ପଂଚାୟତ ଅନ୍ତର୍ଗତ ବନ୍ତୁଗ୍ରାମ ବାସିନ୍ଦା ଶ୍ରୀ ଦିଲ୍ଲୀପ କୁମାର ସ୍ୱାଇଁଙ୍କ ସୁପୁତ୍ର ଶ୍ରୀ ଆଶୁତୋଷ ସ୍ୱାଇଁ ୨୪ତମ ର୍ୟାଙ୍କ୍ ସହ ସଫଳତା ପାଇଛନ୍ତି । ସେହିଭଳି ଛଣିଜଙ୍ଘ ପଂଚାୟତ ବିଲସାହି ଗ୍ରାମର ଶ୍ରୀ ଧର୍ମାନନ୍ଦ ଦାଶ ଓ ଆରତି ଦାଶଙ୍କ ସୁକନ୍ୟା ମୋନାଲିସା ଦାଶ ଏବଂ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ସଦାଶିବ ଓଝାଙ୍କ ସୁପୁତ୍ର ରାଜେନ୍ଦ୍ର କୁମାର ଓଝା ଓପିଏସ୍ସି ପରିଚାଳିତ ଏହି ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସଫଳତା ପାଇଥିବା ପ୍ରତିଭାମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା