ପୁରୁଣା ବଜାର ଦୁର୍ଗାପୂଜା ୭୫ ବର୍ଷରେ ପଦାର୍ପଣ
କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। କେନ୍ଦୁଝର ସହରରେ ୧୨ରୁ ଉର୍ଦ୍ଧ ମେଢ଼ ତିଆରି ହୋଇଛି। କେନ୍ଦୁଝର ଜିଲ୍ଲାରେ ଧୂମଧାମରେ ଦଶହରା ପାଳନ ହେଉଥିବା ବେଳେ ରାଜ ରାଜୁଡା ସମୟରୁ ଆରମ୍ଭ ହୋଇଥିବା ପୁରୁଣା ବଜାର ଦୁର୍ଗାପୂଜା ୭୫ ବର୍ଷରେ ପଦାର୍ପଣ କରିଛ। ସାର୍ବଜନିନ ଶ୍ର
ପୁରୁଣା ବଜାର ଦୁର୍ଗାପୂଜା ୭୫ ବର୍ଷରେ ପଦାର୍ପଣ


କେନ୍ଦୁଝର, ୨୯ ସେପ୍ଟେମ୍ବର(ହି.ସ.) – ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା। କେନ୍ଦୁଝର ସହରରେ ୧୨ରୁ ଉର୍ଦ୍ଧ ମେଢ଼ ତିଆରି ହୋଇଛି। କେନ୍ଦୁଝର ଜିଲ୍ଲାରେ ଧୂମଧାମରେ ଦଶହରା ପାଳନ ହେଉଥିବା ବେଳେ ରାଜ ରାଜୁଡା ସମୟରୁ ଆରମ୍ଭ ହୋଇଥିବା ପୁରୁଣା ବଜାର ଦୁର୍ଗାପୂଜା ୭୫ ବର୍ଷରେ ପଦାର୍ପଣ କରିଛ। ସାର୍ବଜନିନ ଶ୍ରୀ ଦୁର୍ଗା ଉତ୍ସବ କଲଚରାଲ କମିଟି ପକ୍ଷରୁ ପ୍ଲାଟିନମ ଜୁବୁଲି ପାଳନ କରାଯାଉଛି ଚଳିତ ବର୍ଷ ଓ ମହାସପ୍ତମୀ ଠାରୁ ଦଶମୀ ପର୍ଯ୍ୟନ୍ତ ମା ଦୁର୍ଗାଙ୍କ ରୀତିନୀତିରେ କରାଯାଉଛି। ସୁନ୍ଦର ତୋରଣ ସହିତ ଆଲୋକ ସାଜସଜ୍ଜା ଅତ୍ୟନ୍ତ ସୁନ୍ଦର ହୋଇଛି। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ୨୯ ତାରିଖ ମହାସପ୍ତମୀ ଦିନ ଭଜନ ସନ୍ଧ୍ୟା, ୩୦ ତାରିଖ ମହାଷ୍ଟମୀ ଦିନ ପାଲା ସହିତ ଭଜନ ସମାରୋହ ଅନୁଷ୍ଠିତ ହେବା ସେହିପରି ୧ ତାରିଖ ନବମୀ ଦିନ ପାଲା ସହିତ ଡାନ୍ସ ଧମାକା ଓ ୨ ତାରିଖ ଦଶହରା ଦିନ ଡାନ୍ସ ଧମାକା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ୩ ତାରିଖରେ ମା ଦୁର୍ଗାଙ୍କର ଭସାଣି ଉତ୍ସବରେ ବିର୍ସଜନ କରା?ଯିବ ଏବଂ ୪ ତାରିଖ ଦିନ ପ୍ଲାଟିନମ ଜୁବୁଲି ସାର୍ବଜନୀନ ଶ୍ରୀ ଦୁର୍ଗାଉତ୍ସବ କଲଚରାଲ କମିଟିର ସଭାପତି ସଂଗ୍ରାମ ଦାସ ଜଣେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande