କେନ୍ଦୁଝର, ୨୯ ସେପ୍ଟେମ୍ବର (ହି.ସ.) - ଆଜି ଠାରୁ ସମସ୍ତ ଦୁର୍ଗା ପୂଜା ଅନୁଷ୍ଠାନ ଗୁଡ଼ିକରେ ମା ଦୂର୍ଗାଙ୍କ ପୂଜା ଆରମ୍ଭ ହୋଇଛି । ଆଜି ପୂଜା ମଣ୍ଡପ ରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। କେନ୍ଦୁଝର ସହରର ମଣ୍ଡୁଆ ଠାରେ ଦୁର୍ଗତି ନାଶିନି ପୂଜା କମିଟି ପକ୍ଷରୁ ଦ୍ୱିତୀୟ ବାର୍ଷିକୀ ପୂଜା ଅନୁଷ୍ଠିତ ହୋଇଛି। ଆଜି ମା ଙ୍କ ପୂଜା ପୂର୍ବରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ପରେ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ପୂଜା କମିଟି ପକ୍ଷରୁ ବ୍ୟାପକ ସାଜସଜ୍ଜା ଓ ଉଜ୍ଜ୍ୱଳ ଆଲୋକ ତୋରଣ ଅନୁଷ୍ଠିତ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA