ୟୁକେଏସ୍‌ଏସ୍‌ସି ପରୀକ୍ଷାର ହେବ ସିବିଆଇ ଯାଂଚ- ଧାମୀ
ଡେରାଡୁନ, ୨୯ ସେପ୍ଟେମ୍ବର(ହି.ସ.) – ଉତରାଖଣ୍ଡ ଲୋକ ଅଧିନସ୍ଥ ସେବା ଚୟନ ଆୟୋଗର ସ୍ନାତକ ସ୍ତରୀୟ ପେପର ଲିକ୍ ମାମଲାର ସିବିଆଇ ଯାଂଚ ହେବ। ବେରୋଜଗାର ସଂଘର ଧାରଣାର ଅଷ୍ଟମ ଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ଧାରଣା ସ୍ଥଳ ପରେଡ଼ ଗ୍ରାଉଣ୍ଡ ପହଂଚିଛନ୍ତି ଏବଂ ଧାରଣାରେ ବସିଥିବା ଛାତ୍ରଙ୍କୁ ବିଶ
ୟୁକେଏସ୍‌ଏସ୍‌ସି ପରୀକ୍ଷାର ହେବ ସିବିଆଇ ଯାଂଚ- ଧାମୀ


ଡେରାଡୁନ, ୨୯ ସେପ୍ଟେମ୍ବର(ହି.ସ.) – ଉତରାଖଣ୍ଡ ଲୋକ ଅଧିନସ୍ଥ ସେବା ଚୟନ ଆୟୋଗର ସ୍ନାତକ ସ୍ତରୀୟ ପେପର ଲିକ୍ ମାମଲାର ସିବିଆଇ ଯାଂଚ ହେବ। ବେରୋଜଗାର ସଂଘର ଧାରଣାର ଅଷ୍ଟମ ଦିନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଆଜି ଧାରଣା ସ୍ଥଳ ପରେଡ଼ ଗ୍ରାଉଣ୍ଡ ପହଂଚିଛନ୍ତି ଏବଂ ଧାରଣାରେ ବସିଥିବା ଛାତ୍ରଙ୍କୁ ବିଶ୍ୱାସ ଦେଇଛନ୍ତି ଯେ ପ୍ରକରଣର ସିବିଆଇ ଯାଂଚ କରାଯିବ। ସେ କହିଛନ୍ତି ଯେ ସେ ପୂର୍ଣ୍ଣରୂପେ ଛାତ୍ରଙ୍କ ସହିତ ଅଛନ୍ତି ଏବଂ ସେ ବୁଝନ୍ତି ଯେ ପରୀକ୍ଷାର ପ୍ରସ୍ତୁତି କରୁଥିବା ପରୀକ୍ଷାର୍ଥୀମାନଙ୍କ ଉପରେ ପେପର ଲିକ୍ ହେବାରେ କ’ଣ ପ୍ରଭାବ ପଡ଼ିବ। ସେ କହିଛନ୍ତି ଯେ ସରକାର ରାଜ୍ୟରେ ନକଲ ଏବଂ ନକଲ ମାଫିୟାଙ୍କ ସମୁଳେ ଅନ୍ତ କରାଯିବ ଏବଂ ଏଥିପାଇଁ ସେ କୃତ ସଂକଳ୍ପିତ ଅଟନ୍ତି।

୨୧ ସେପ୍ଟେମ୍ବରକୁ ୟୁକେଏସ୍‌ଏସ୍‌ଏସ୍‌ସି ସ୍ନାତକ ସ୍ତରୀୟ ପରୀକ୍ଷା ସମୟରେ ପେପରର ତିନି ପୃଷ୍ଠା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ପ୍ରକରଣରେ ଦୁଇ ଅଭିଯୁକ୍ତ ଖାଲିଦ ଏବଂ ତା’ର ଭଉଣୀକୁ ଗିରଫ କରାଯାଇଛି ଏବଂ ମାମଲାର ଏସ୍‌ଆଇଟି ଯାଂଚ କରାଯାଉଛି। ଏସ୍‌ଆଇଟି ମାମଲାର ଯାଂଚ ମଧ୍ୟ ଆରମ୍ଭ କରିଦେଇଛି କିନ୍ତୁ ବେରୋଜଗାର ସଂଘ ପରୀକ୍ଷା ନିରସ୍ତ କରିବା ଏବଂ ମାଲାର ସିବିଆଇ ଯାଂଚର ଦାବିକୁ ନେଇ ଗତ ଆଠ ଦିନ ହେଲା ପରେଡ଼ ଗ୍ରାଉଣ୍ଡରେ ଧାରଣା ହଟିଥିଲା।

କୁରୁର

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande