ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ 94 ବର୍ଷ ବୟସରେ ଦେହାନ୍ତ
ନୂଆଦିଲ୍ଲୀ, 30 ସେପ୍ଟେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ବିଜୟ ମାଲହୋତ୍ରାଙ୍କ ଆଜି ଦେହାନ୍ତ ହୋଇଛି। ସେ ଆଜି ସକାଳେ ରାଜଧାନୀ ଦିଲ୍ଲୀର ଏମ୍ସରେ 94 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସ ପକ୍ଷରୁ ଜାରୀ ବୁଲେଟିନରେ ଏହି ସୂଚନା ଦିଆଯାଇଛି । ଭାଜପା ନେ
ଭାଜପାର ବରିଷ୍ଠ ନେତା ବିଜୟ କୁମାର ମାଲହୋତ୍ରାଙ୍କ 94 ବର୍ଷ ବୟସରେ ଦେହାନ୍ତ


ନୂଆଦିଲ୍ଲୀ, 30 ସେପ୍ଟେମ୍ବର (ହି.ସ.)। ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ବିଜୟ ମାଲହୋତ୍ରାଙ୍କ ଆଜି ଦେହାନ୍ତ ହୋଇଛି। ସେ ଆଜି ସକାଳେ ରାଜଧାନୀ ଦିଲ୍ଲୀର ଏମ୍ସରେ 94 ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଏମ୍ସ ପକ୍ଷରୁ ଜାରୀ ବୁଲେଟିନରେ ଏହି ସୂଚନା ଦିଆଯାଇଛି ।

ଭାଜପା ନେତା ମାଲହୋତ୍ରା ଦିଲ୍ଲୀରୁ ପାଞ୍ଚଥର ସାଂସଦ ଓ ଦୁଇଥର ବିଧାୟକ ଥିଲେ। 2004ର ସାଧାରଣ ନିର୍ବାଚନରେ ସେ ଦିଲ୍ଲୀରେ ନିଜ ଆସନ ଜିତିବା ଏକମାତ୍ର ଭାଜପା ପ୍ରାର୍ଥୀ ଥିଲେ। ନିଜ ସମଗ୍ର ରାଜନୈତିକ କ୍ୟାରିୟରରେ ମାଲହୋତ୍ରା ଜଣେ ଶୁଦ୍ଧ ଭାବମୂର୍ତି ବିଶିଷ୍ଟ ନେତା ଭାବେ ପରିଚିତ ଥିଲେ।

ଶ୍ରୀ ମାଲହୋତ୍ରା ହିନ୍ଦୀ ସାହିତ୍ୟରେ ପି.ଏଚ.ଡି. କରିଥିଲେ। ରାଜନୀତି ଓ ସାମାଜିକ କାର୍ଯ୍ୟକଳାପ ସହିତ ସେ ଦିଲ୍ଲୀରେ ଚେସ ଓ ଆର୍ଚେରୀ କ୍ଲବ ପରିଚାଳନାରେ ମଧ୍ୟ ସଂପୃକ୍ତ ଥିଲେ।

ମାଲହୋତ୍ରାଙ୍କ ଜନ୍ମ 3 ଡିସେମ୍ବର, 1931ରେ ବର୍ତ୍ତମାନ ପାକିସ୍ତାନର ଲାହୋର ରେ ହୋଇଥିଲା। ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରୁ ରାଜନୀତିରେ ପ୍ରବେଶ କରିଥିଲେ। ଦିଲ୍ଲୀରେ ସଂଘର ବିଚାରକୁ ବିସ୍ତାର କରିବା ପାଇଁ ମାଲହୋତ୍ରା ଜନସଂଘ କାଳରୁ କାମ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande