ଡେହରି ଆନ ସୋନ, 29 ସେପ୍ଟେମ୍ବର (ହି.ସ.)-ବିହାରର
ରୋହତାସ ଜିଲ୍ଲାର ତିଲୌଠୁ ଥାନା କ୍ଷେତ୍ରରେ ଡେହରୀ-ରୋହତାସ ଜାତୀୟ ରାଜପଥରେ ଆଜି ସକାଳେ
ସ୍ଥାନୀୟ ପେଟ୍ରୋଲ ପମ୍ପ ସାମ୍ନାରେ ଟ୍ରକ୍ ଓ ଅଟୋ ମୁହାଁମୁହିଁ ଧକ୍କା ହେବାରୁ ଅଟୋ ଚାଳକଙ୍କ
ସହ ମୋଟ ତିନି ଜଣଙ୍କର ସ୍ଥଳରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଜଣେ ମହିଳା ଗୁରୁତର ଭାବେ
ଆହତ ହୋଇଛନ୍ତି । ତାଙ୍କୁ ସ୍ଥାନୀୟ ପିଏସ୍ସିରେ ପ୍ରଥମିକ ଚିକିତ୍ସା ପରେ ଗୁରୁତରର ଅବସ୍ଥାରେ
ଡାକ୍ତରମାନେ ସାସାରାମ ରେଫର କରିଛନ୍ତି।
ପୁଲିସ ଅନୁଯାୟୀ, ମୃତକ ତିଲୌଠୁ ଥାନା କ୍ଷେତ୍ରର ରେଡିଆ ଗାଁର ରାଜେଶ ଯାଦବଙ୍କ ପୁଅ ଓ
ଅଟୋ ଚାଳକ ୩୦ ବର୍ଷୀୟ ଚିତ୍ରଞ୍ଜନ ଯାଦବ, ତାଙ୍କର ଭଉଣୀ, ଭଣଜା ଓ ଭାଣିଜୀକୁ ଅଉରଙ୍ଗାବାଦ ଜିଲ୍ଲାର ନବୀନଗର ଥାନା ଅଧୀନର
ବକତୋଆ ଗାଁରୁ ନିଜ ଗାଁକୁ ନେଇ ଆସୁଥିଲେ।
ଦୁର୍ଘଟଣାରେ ଟେମ୍ପୁ ଚାଳକ
ଚିତ୍ତରଂଜନ, ଭଣଜା ଓ ଭାଣିଜୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଭଉଣୀଙ୍କୁ ଚିକିତ୍ସା ପାଇଁ
ମେଡିକାଲ ପଠାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା