ନୂଆଦିଲ୍ଲୀ, ୨୯ ସେପ୍ଟେମ୍ବର (ହି.ସ.)- କେନ୍ଦ୍ର ସରକାର ଶିରିଷ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତ କରିଛନ୍ତି । ସେ ରାଜେଶ୍ୱର ରାଓଙ୍କ ସ୍ଥାନ ନେବେ ଏବଂ ତିନି ବର୍ଷ ପାଇଁ କାର୍ଯ୍ୟ କରିବେ ।
ସୋମବାର ସରକାରୀ ସୂତ୍ର କହିଛନ୍ତି ଯେ, କ୍ୟାବିନେଟର ନିଯୁକ୍ତି କମିଟି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବରେ ଶିରିଷ ଚନ୍ଦ୍ର ମୁର୍ମୁଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ମୁର୍ମୁଙ୍କ ନିଯୁକ୍ତି ଅକ୍ଟୋବର ୯ ତାରିଖରୁ କାର୍ଯ୍ୟକାରୀ ହେବ । ସେ ବର୍ତମାନ ରିଜର୍ଭ ବ୍ୟାଙ୍କରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଛନ୍ତି । ବର୍ତମାନର ଡେପୁଟି ଗଭର୍ଣ୍ଣର ରାଜେଶ୍ୱର ରାଓଙ୍କ ସ୍ଥାନରେ ଶିରିଷ ଚନ୍ଦ୍ର ମୁର୍ମୁ ବର୍ତମାନ ବ୍ୟାଙ୍କିଂ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ବିଭାଗ ଦାୟିତ୍ୱରେ ଥିବା ଡେପୁଟି ଗଭର୍ଣ୍ଣର ଅଛନ୍ତି । ଶ୍ରୀ ରାଓଙ୍କ କାର୍ଯ୍ୟକାଳ ୮ ଅକ୍ଟୋବର, ୨୦୨୫ ରେ ଶେଷ ହେଉଛି । ଆର.ବି.ଆଇ. ରେ ଚାରି ଜଣ ଡେପୁଟି ଗଭର୍ଣ୍ଣର ଅଛନ୍ତି, ଯେଉଁମାନେ ମୁଦ୍ରା ନୀତି, ଆର୍ôଥକ ବଜାର ନିୟନ୍ତ୍ରଣ ଏବଂ ବ୍ୟାଙ୍କିଂ ତଦାରଖ ଏବଂ ନିୟନ୍ତ୍ରଣ ଭଳି ବିଭାଗଗୁଡ଼ିକରେ କାର୍ଯ୍ୟରତ ଅଛନ୍ତି । ମୁର୍ମୁଙ୍କ ପୋର୍ଟଫୋଲିଓ ଆବଂଟନ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ